fbpx

ନବଜାତ ଶିଶୁମାନଙ୍କୁ ପାଣିଦେଉଛନ୍ତି କି ? ଜନ୍ମ ହେବାର କେତେଦିନ ପରେ ଦେବେ ଜାଣନ୍ତୁ ନିୟମ

Advertisement

ଓଡିଶା ଭାସ୍କର: ନବଜାତ ଶିଶୁମାନଙ୍କର ଯତ୍ନନେବା ଏକ ସହଜକଥା ନୁହେଁ । ସେମାନଙ୍କୁ ମୁଖ୍ୟତ ସ୍ତନ୍ୟପାନ କରାଇବା ଏବଂ ଶୋଇବା ପର୍ଯ୍ୟନ୍ତ ସବୁଯତ୍ନ ଠିକ ଭାବରେ ନେବାକୁ ହୋଇଥାଏ । ନବଜାତ ଶିଶୁଙ୍କୁ ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ମା’ କ୍ଷୀର ଖାଇବାକ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଅନେକ ମା ମାନଙ୍କୁ ଦେଖିବାକୁ ମିଳେ ପିଲା ଜନ୍ମ ହେବାର କିଛିଦିନ ଭିତରେ ପାଣି ଦେବା ଆରମ୍ଭ କରିଦିଅନ୍ତି । ଯାହା ଛୁଆମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ନବଜାତ ଶିଶୁମାନଙ୍କର ଖାଦ୍ୟ ଉପରେ ଅନେକ ଟିପ୍ସ ରହିଛି । ଆସନ୍ତୁ ସେ ଟିପ୍ସ ବିଷୟରେ ଜାଣିବା ।

୧- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଜଣେ ନବଜାତ ଶିଶୁ ଜନ୍ମହେବା ପରେ ୬ ମାସ ପର୍ଯ୍ୟନ୍ତ ଶିଶୁମାନଙ୍କୁ କେବଳ ସ୍ତନ୍ୟପାନ କରାଇବା ଉଚିତ୍ । ଅନେକ କ୍ଷେତ୍ରରେ କିଛି ମାଙ୍କ କ୍ଷୀର ହେଉ ନଥିବାରୁ ସେମାନେ ପିଲାମାନଙ୍କୁ ଉପଯୁକ୍ତ ସମୟରେ ଦେଇପାରନ୍ତି ନାହିଁ । ଯାହା ଦ୍ୱାରା ପିଲାମାନଙ୍କର ପରବର୍ତ୍ତୀ ସମୟରେ ଅନେକ ଅସୁବିଧା ହୋଇଥାଏ । ଯେଉଁ ମାଆ ମାନଙ୍କର ସ୍ତନ୍ୟ ପାନ କରାଇବାରେ ସମସ୍ୟା ହୋଇଥାଏ । ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ ।

୨- ନବଜାତ ଶିଶୁକୁ ଜନ୍ମ ହେବାର ଛଅ ମାସ ପର୍ଯ୍ୟନ୍ତ ପାଣି ଦେବା ଉଚିତ ନୁହେଁ । ସେମାନଙ୍କୁ ସ୍ତନ୍ୟପାନ୍ୟ ଦ୍ୱାରା ପର୍ଯ୍ୟାପ୍ତ ପରିମାଣରେ ଜଳ ମିଳିଥାଏ । ଯଦି ଆପଣ ୬ମାସ ଭିତରେ ଶିଶୁକୁ ପାଣି ଦେଉଛନ୍ତି । ତେବେ ଶିଶୁର ହଜମ କରିବାର କ୍ଷମତା ନଷ୍ଟ ହୋଇପାରେ । ତେବେ ଡାକ୍ତରମାନଙ୍କ କହିବା ଅନୁସାରେ ଜନ୍ମର ଛଅମାସ ପରେ ପିଲାମାନଙ୍କୁ ଅର୍ଦ୍ଧ କଠିନ ଖାଦ୍ୟ ଦେବା ଉଚିତ । ତେବେ ଯେଉଁ ମା’ ଏପରି କରୁଥାନ୍ତି । ଏଥିପ୍ରତି ସଚେତନ ରହିବା ଜରୁରୀ ହୋଇଥାଏ ।

Get real time updates directly on you device, subscribe now.