ଭୁବନେଶ୍ୱର: ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡା ମହାକୁମ୍ଭ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଛି । ଗୋଟିଏ ଗ୍ରାଉଣ୍ଡରେ ଏକାଠି ହେବେ ୧୭ଟି ଦେଶର ୨୨୫ ପ୍ରତିଯୋଗୀ ।
ଅଲିମ୍ପିଆନ ଶ୍ରାବଣୀ ନନ୍ଦ, ପ୍ରଜ୍ଞା ପାରମିତା, ଲାଲୁ ପ୍ରସାଦ ଭୋଇ ଓ ଅନିମେଷ କୁଜୁର ଏହି ଅନ୍ତର୍ଜାତୀୟ ଇଭେଣ୍ଟରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ । ମୋଟ ୧୯ଟି ଇଭେଣ୍ଟରେ ହେବ ପ୍ରତିଦ୍ବନ୍ଦ୍ବିତା । ଓଡି଼ଶାରେ ଆସି ପହଞ୍ଚିଛନ୍ତି ଦେଶ ବିଦେଶର ଖେଳାଳି ।
୨୦୧୭ ଏସିଆନ ଆଥଲେଟିକ୍ସର ସଫଳ ଆୟୋଜନ ପରେ ଓଡିଶାରେ ଟ୍ରାକ ଆଣ୍ଡ ଫିଲଡର ଏହା ଦ୍ଵିତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା । ୯୩ଜଣ ଭାରତୀୟ ଆଥଲେଟ ବିଭିନ୍ନ ଇଭେଣ୍ଟରେ ଭାଗ ନେଇଛନ୍ତି।