fbpx

ଗ୍ଲୋବାଲ୍ ଶିକ୍ଷକ ପୁରସ୍କାର୨୦୨୧ରେ ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇଲେ ଦୁଇ ଭାରତୀୟ

ନୂଆଦିଲ୍ଲୀ: ୧୦ ଲକ୍ଷ ଡଲାର୍(୭ କୋଟି ୩୫ ଲକ୍ଷଟଙ୍କା)ର ଗ୍ଲୋବାଲ୍ ଶିକ୍ଷକ ପୁରସ୍କାର ୨୦୨୧ ପାଇଁ ଗୁରୁବାର ଘୋଷଣା ହୋଇଥିବା ଶୀର୍ଷ ୫୦ ଶିକ୍ଷକଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ନାମ ସାମିଲ ରହିଛି । ତାଲିକାରେ ବିହାରର ଭଗଲପୁରର ଗଣିତ ଶିକ୍ଷକ ସତ୍ୟମ ମିଶ୍ର ଏବଂ ହାଇଦ୍ରାବାଦ୍ ର ସାମାଜିକ ଅଧ୍ୟୟନ, ଇଂରାଜୀ ଓ ଗଣିତ ଶିକ୍ଷୟତ୍ରୀ ମେଘନା ମୁସୁନୁରୀଙ୍କ ନାମ ସାମିଲ ରହିଛି ।

ଗ୍ଲୋବାଲ୍ ଶିକ୍ଷକ ପୁରସ୍କାର ପ୍ରତିବର୍ଷ ଜଣେ ଅସାଧାରଣ ଶିକ୍ଷକଙ୍କୁ ପ୍ରଦାନ କରାଯାଇଥାଏ । ଯେଉଁ ମାନେ ନିଜ ପେଶାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଆସିଛନ୍ତି । ୟୁନେସ୍କୋର ମିଳିତ ଉଦ୍ୟମରେ ବର୍ଫି ଫାଉଣ୍ଡେସନ୍ ଦ୍ୱାରା ଆୟାଜିତ ହେଉଥିବା ବୈଷୟିକ ଶିକ୍ଷକ ପୁରସ୍କାର ପାଇଁ ୧୨୧ ଦେଶରେ ୮୦୦୦ରୁ ଅଧିକ ନାମାଙ୍କନ ଓ ଆବେଦନ ଆସିଥିଲା ।

ସତ୍ୟମ ମିଶ୍ର ପିଲାମାନଙ୍କୁ ଦୁନିଆ ଦେଖାଇବା ତରିକାକୁ ବଦଳାଇବାର ସଂକଳ୍ପ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗଣିତ ବିଷୟକୁ ଆହୁରି ଅଧିକ ରୁଚିକର ବନାଇବା ପାଇଁ ସେ ପ୍ରୟାସ କରି ଆସିଛନ୍ତି । ସେହିପରି ମେଘନା ମୁସୁନୁରୀଙ୍କୁ ଶିକ୍ଷା କ୍ଷେତ୍ରରେ ଜଣେ ଭବିଷ୍ୟତବାଦୀ, ଚାଣକ୍ୟ ତଥା ଉତ୍ସାହୀ ଉଦ୍ୟୋଗୀ ବୋଲି କୁହାଯାଉଛି।

Get real time updates directly on you device, subscribe now.