ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହା ପଛର ମୂଳ କାରଣ ହେଲା ପ୍ରତିଦିନ ନିର୍ମାଣ ହେଉଥିବା ଶିଳ୍ପ ସଂସ୍ଥା ଏବଂ ବହ ବଡ ଅଟ୍ଟାଳିକା । ଏସବୁକୁ ନିର୍ମାଣ କରିବା ପାଇଁ ଯେଉଁଭଳି ଭାବରେ ଜଙ୍ଗଲ ସଫା କରାଯାଉଛି । ଏହା ଭବିଷ୍ୟତରେ ଏକ ବଡ ପ୍ରାକୃତିକ ବିପଦ ହୋଇ ଠିଆ ହେବ । ତେବେ ବିଶ୍ୱ ମୌସୁମୀ ବିଜ୍ଞାନ ସଂଗଠନ(ଡବ୍ଲୁଏମଓ) ମଧ୍ୟ ଏନେଇ ଏକ ବଡ ଖୁଲାସା କରିଛନ୍ତି । ଡବ୍ଲୁଏମଓ ଚେତାବନୀ ଦେଇ କହିଛନ୍ତି ଯେ, ଆଗାମୀ ୫ ବର୍ଷ ମଧ୍ୟରେ ବିଶ୍ୱର ତାପମାତ୍ରା ୪୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ । ତାପମାତ୍ରା ଏତେ ବୃଦ୍ଧି ପାଇବ ଯେ ତାହା ସର୍ବକାଳୀନ ରେକର୍ଡ ଭାଙ୍ଗିବ ବୋଲି ଡବ୍ଲୁଏମଓ ର ବୈଜ୍ଞାନିକ ମାନେ ଆକଳନ କରିଛନ୍ତି ।
ଡବ୍ଲୁଏମଓ ଚେତାବନୀ ଦେଇଛନ୍ତି ଯେ, ୨୦୧୫ ହେବ ସବୁଠାରୁ ଗରମ ବର୍ଷ ହେବାର ରେକର୍ଡ ଭାଙ୍ଗିବ । ଏ କ୍ଷେତ୍ରରେ ସଂଗଠନ ପକ୍ଷରୁ ୯୦ ପ୍ରତିଶତ ସଠିକ୍ ତଥ୍ୟ ଦେଇଥିବା ଦାବି କରାଯାଇଛି । ଏହା ବ୍ୟତୀତ ଆଣ୍ଟଲାଣ୍ଟିକ୍ ମହାସାଗରରେ ଭୟାବହ ସ୍ତରରେ ହ୍ୟୁରିକେନ୍ ଆସିବାର ଆଶଙ୍କା ମଧ୍ୟ କରାଯାଇଛି । ତେବେ ଯଦି ତାପମାତ୍ରା କଥା କହିବା ତେବେ ଆସ୍ତା ୫ ବର୍ଷ ମଧ୍ୟରେ ଔଦ୍ୟଗିକ କାଳ ତୁଳନାରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ । ବର୍ତ୍ତମାନ ସମୟରେ ଔଦ୍ୟଗିକ କାଳ ତୁଳନାରେ ତାପମାତ୍ରା ୧.୩ ଡିଗ୍ରୀ ସେଲସିୟସ୍ ରହିଛି । ହେଲେ ଆଗକୁ ଏହା ଆହୁରି ବୃଦ୍ଧି ପାଇବ ଏବଂ ପ୍ୟାରିସ୍ ପର୍ଯ୍ୟାବରଣ ପକ୍ଷରୁ ଗ୍ଲୋବାଲ୍ ୱାର୍ମିଙ୍ଗ କମ୍ କରିବା ପାଇଁ କରାଯାଉଥିôବା ସବୁ ପ୍ରକାର ଚେଷ୍ଟା ବୃଥା ହେବ ବୋଲି କହିଛି ଡବ୍ଲୁଏମଓ ।
ସେହିପରି ୟୁକେ ପାଣିପାଗ ବିଜ୍ଞାନୀ ଲିୟୋ ହର୍ମିନ୍ସେନ୍ କହିଛନ୍ତି ଯେ, ଟେକ୍ନୋଲୋଜି ବଢ଼ିବା ସହିତ ତାପମାତ୍ରା ମଧ୍ୟ ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇ ଚାଲିବ । ଯଦ୍ୱାରା ଲୋକେ ହନ୍ତସନ୍ତ ହେବେ । କାରଣ କିଛି ଏପରି ମେସିନାରି ଟେକ୍ନେଲୋଜି ବଢ଼ିବ ଯାହା ତାପମାତ୍ରା ବୃଦ୍ଧି ପାଇବାର କାରଣ ପାଲଟିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ମାନେ କେବେବି ଧ୍ରୁବୀୟ କ୍ଷେତ୍ର ଉପରେ ଧ୍ୟାନ ଦେଲେନାହିଁ । ସେଠାକାର ପରିସ୍ଥିତି ଦିନକୁ ଦିନ ଖରାପ ହୋଇ ଚାଲିଛି । ବର୍ତ୍ତମାନ ଡବ୍ଲୁଏମଓର ଚେତାବନୀ ପରେ ଏବେ ସବୁ ଦେଶ ଏବଂ ସେଠାକାର ସରକାରଙ୍କୁ ଆଗକୁ ଆସୁଥିବା ଅହେତୁକ ଗରମକୁ ରୋକିବାରେ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ନଚେତ୍ ସ୍ଥିତି ଅନେକ ଖରାପ ହେବ ।