ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ଧନ୍ୱନ୍ତରୀ ପର୍ବ। ଆଜି ୨୯ ଅକ୍ଟୋବରରେ ଧନତେରସ ପର୍ବରେ ସୁନା ମୂଲ୍ୟ ୫୦୦ ଟଙ୍କା ଶସ୍ତା ହୋଇଛି। ଏହି ଦିନ ସୁନା-ରୂପା ଜିନିଷ କିଣିବାକୁ ଶୁଭ ବୋଲି ବିବେଚନା କରାଯାଏ। ତେବେ ୨୪ କ୍ୟାରେଟ ସୁନା ମୂଲ୍ୟରେ ହ୍ରାସ ଘଟିବା ସାଧାରଣ ଲୋକଙ୍କ ପାଇଁ ଖୁସି ଖବରରେ ପରିଣତ ହୋଇଛି। ୨୪ କ୍ୟାରେଟ ସୁନା ମୂଲ୍ୟ ୭୯ ହଜାର ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୭୩ ହଜାରରେ ଟ୍ରେଣ୍ଟ କରୁଛି। ଆଜି ରୂପାର ଦର ୯୭ ହଜାର ଟଙ୍କା ରହିଛି।
୧୦ ଗ୍ରାମ ପିଛା ସୁନା ଦର ଏହି ସହରରେ ଏତିକି ଟଙ୍କା:
ଦିଲ୍ଲୀ- ୨୪ କ୍ୟାରେଟ ସୁନା ୭୩ ହଜାର ୨୯୦ ଟଙ୍କା ଏବଂ ୨୨ କ୍ୟାରେ ସୁନା ୭୯ ହଜାର ୯୪୦ ଟଙ୍କା।
ମୁମ୍ବାଇ-୨୪ କ୍ୟାରେଟ ସୁନା ୭୩ ହଜାର ୧୪୦ ଟଙ୍କା ଏବଂ ୨୨ କ୍ୟାରେ ସୁନା ୭୯ ହଜାର ୭୯୦ ଟଙ୍କା।
ଅହମଦାବାଦ-୨୪ କ୍ୟାରେଟ ସୁନା ୭୩ ହଜାର ୧୯୦ ଟଙ୍କା ଏବଂ ୨୨ କ୍ୟାରେ ସୁନା ୭୯ ହଜାର ୮୪୦ ଟଙ୍କା।
ଚେନ୍ନାଇ-୨୪ କ୍ୟାରେଟ ସୁନା ୭୩ ହଜାର ୧୪୦ ଟଙ୍କା ଏବଂ ୨୨ କ୍ୟାରେ ସୁନା ୭୯ ହଜାର ୭୯୦ ଟଙ୍କା।
କୋଲକାତା-୨୪ କ୍ୟାରେଟ ସୁନା ୭୩ ହଜାର ୧୪୦ ଟଙ୍କା ଏବଂ ୨୨ କ୍ୟାରେ ସୁନା ୭୯ ହଜାର ୭୯୦ ଟଙ୍କା।
ଗୁରୁଗ୍ରାମ-୨୪ କ୍ୟାରେଟ ସୁନା ୭୩ ହଜାର ୨୯୦ ଟଙ୍କା ଏବଂ ୨୨ କ୍ୟାରେ ସୁନା ୭୯ ହଜାର ୯୪୦ ଟଙ୍କା।
ଲକ୍ଷ୍ନୌ- ୨୪ କ୍ୟାରେଟ ସୁନା ୭୩ ହଜାର ୨୯୦ ଟଙ୍କା ଏବଂ ୨୨ କ୍ୟାରେ ସୁନା ୭୯ ହଜାର ୯୪୦ ଟଙ୍କା।
ବେଙ୍ଗାଲୁରୁ-୨୪ କ୍ୟାରେଟ ସୁନା ୭୩ ହଜାର ୧୪୦ ଟଙ୍କା ଏବଂ ୨୨ କ୍ୟାରେ ସୁନା ୭୯ ହଜାର ୭୯୦ ଟଙ୍କା।
ଆନ୍ତର୍ଜାତୀୟ ବଜାରରେ ସୁନା ସ୍ଥିତି ଏବଂକରେନ୍ସି ଏକ୍ସଚେଞ୍ଜ ମୂଲ୍ୟ ସମେତ ସାରା ଦେଶରେ ସୁନା ମୂଲ୍ୟ ଅନେକ କାରଣ ଉପରେ ନିର୍ଭର କରେ। ଯେତେବେଳେ ବିଶ୍ୱ ବଜାରରେ ସୁନା ଦର ବୃଦ୍ଧି ହୁଏ, ଏହା ଭାରତୀୟ ବଜାର ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହା ବ୍ୟତୀତ ପାର୍ବଣ ଋତୁରେ ଏହାର ଚାହିଦା ବଢିବା ଦ୍ୱାରା ସୁନା ଦର ମଧ୍ୟ ବଢିଥାଏ।
ସେହିପରି ରୂପା ଦର ମୁମ୍ବାଇରେ କିଲୋଗ୍ରାମ ପିଛା ୯୭ ହଜାର ୪୮୦ ଟଙ୍କା ରହିଥିବା ବେଳେ, କୋଲକାତାରେ ୯୭ ହଜାର ୩୫୦ ଟଙ୍କା ରହିଛି। ସେହିପରି ନୂଆ ଦିଲ୍ଲୀରେ କିଲୋଗ୍ରାମ ପିଛା ରୂପା ଦର ୯୭ ହଜାର ୩୧୦ ଟଙ୍କା ରହିଛି ଏବଂ ଚେନ୍ନାଇରେ ୯୭ ହଜାର ୭୬୦ ଟଙ୍କା ରହିଛି।
ରୂପା ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତ ଏକ ବର୍ଷ ମଧ୍ୟରେ ରୂପା ରିଟର୍ଣ୍ଣ ମାମଲାରେ ସୁନାକୁ ପଛରେ ପକାଇଛି। ଯଦି ଗତ ଦୀପାବଳି ବିଷୟରେ ଆଲୋଚନା କରିବା ତେବେ ହାରାହାରି ୪୨ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି ରୂପା ଦର। ଗତ ଦୀପାବଳିରେ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୭୧ ହଜାର ଥିଲା। ଯାହା ବର୍ତ୍ତମାନ ୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏହା ତୁଳନାରେ ଗତ ଦୀପାବଳିରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟ ୩୦ ପ୍ରତିଶତ ବଢି ୧୦ ଗ୍ରାମ ପିଛା ୮୦ ହଜାର ୪୫୦ ଟଙ୍କା ହୋଇଛି। କମୋଡିଟୀ ମାର୍କେଟର ଏକ୍ସପର୍ଟଙ୍କ କହିବାନୁଯାୟୀ, ରୂପା ମୂଲ୍ୟରେ ବୃଦ୍ଧି ଥମିବାର ନାମ ନେଉନି।
ଏଚଡିଏଫସି ସିକ୍ୟୁରିଟିଜର କମୋଡିଟୀ ଏବଂ କରେନ୍ସି ହେଡ ଅନୂଜ ଗୁପ୍ତାଙ୍କ ଅନୁସାରେ, ୨୦୧୧ ମସିହାରେ ରୂପା ଦର ଅଲ ଟାଇମ ହାଇରେ ୪୯.୮ ଡଲାର ଥିଲା। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ରୂପା ଦର ୩୪ ଡଲାର ପାଖାପାଖି ରହିଛି। ଆଗାମୀ ସମୟରେ ରୂପା ଦର ଆହୁରି ବୃଦ୍ଧି ପାଇବ।
ଶିଳ୍ପପତିଙ୍କ ଚାହିଦା ବଢିବାରେ ଏହି ରୂପା ଏବଂ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି। ଏହାଠାରୁ ଆହୁରି ଅଧିକ ବଢିବ ବୋଲି କୁହାଯାଉଛି। ଅନୂଜ ଗୁପ୍ତାଙ୍କ କହିବାନୁସାରେ, ରୂପାକୁ ନେଇ ମୋର ପ୍ରଥମ ଟାର୍ଗେଟ କିଲୋଗ୍ରାମ ପିଛା ୧.୧୦ ଲକ୍ଷ ରହିଛି। ଏଥିସହ ଦ୍ୱିତୀୟ ଟାର୍ଗେଟ ୧.୨୫ ଲକ୍ଷ ଟଙ୍କା ରହିଛି କିଲୋଗ୍ରାମ ପିଛା। ଏହି ମୂଲ୍ୟ ଆସନ୍ତା ବର୍ଷରେ ରହିବ ବୋଲି ଅନୁମାନ ରହିଛି।