fbpx
BJD SKY
BJD SKY

ଓଡ଼ିଶାର ୮ଟି ଜିଲ୍ଲାରେ ସୁନାର ହଲମାର୍କିଂ ବାଧ୍ୟତାମୂଳକ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ମାନକ ବ୍ୟୁରୋ ବା ବିଆଇଏସ ପକ୍ଷରୁ ଦେଶରେ ସୁନା ହଲମାର୍କିଂ ବାଧ୍ୟତାମୂଳକ କରିବାକୁ ନିୟମ ପ୍ରଣୟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତବର୍ଷରେ ମୋଟ ୨୫୬ଟି ଜିଲ୍ଲାରେ ଏହି ନିୟମ ଲାଗୁ କରାଯିବାର ବ୍ୟବସ୍ଥା ହୋଇଛି । ଏହାରି ମଧ୍ୟରେ ଓଡ଼ିଶାର ୮ଟି ଜିଲ୍ଲାରେ ସୁନାର ହଲମାର୍କିଂ ବାଧ୍ୟତାମଳକ କରାଯାଇଛି ।

ସେହି ୮ ଜିଲ୍ଲା ଯଥା – ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ସମ୍ବଲପୁରରେ ସୁନା ହଲ୍ମାର୍କିଂ ବାଧ୍ୟତାମୂଳକ ହୋଇଛି । କେବଳ ୧୪, ୧୮ ଓ ୨୨ କ୍ୟାରେଟ ସୁନା ଗହଣା ବିକି ପାରିବେ ଦୋକାନୀ ।

ତେବେ ୨୦, ୨୩ ଓ ୨୪ କ୍ୟାରେଟ ସୁନାର ହଲ୍ମାର୍କିଂ କରାଯାଇପାରିବ । ଗହଣା କିଣିବା ଆଗରୁ ହଲ୍ମାର୍କ ଯାଞ୍ଚ କରିବାକୁ ଗ୍ରାହକଙ୍କୁ ପରାମର୍ଶ ଦେଇଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

Get real time updates directly on you device, subscribe now.