fbpx

ଭାରତର ଭୁଲ୍ ନକ୍ସା ସୁଧାରିବା ପରେ ବି ଅଡ଼ୁଆରେ ଛନ୍ଦିହେଲା ଟୁଇଟର, ଏମଡିଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାରତର ମାନଚିତ୍ରରୁ ଜମ୍ମୁ-କଶ୍ମୀରକୁ ଅଲଗା ଦେଖାଇବା ଘଟଣାରେ ବୁଲନ୍ଦସହରରେ ବଜରଙ୍ଗ ସଂଗଠନ ପକ୍ଷରୁ ଟୁଇଟର୍ ଏମଡି ମନୀଷ ମହେଶ୍ୱରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ସଂଗଠନ ପକ୍ଷରୁ ଭୁଲ୍ ମାନଚିତ୍ର ଦେଖାଇବା ମାମଲାରେ ଯାଞ୍ଚ କରାଯିବା ନେଇ ଦାବି କରାଯାଇଛି ।
ମୋହଲ୍ଲା ମୁରାରୀ ନଗର ନିବାସୀ ଆଡଭୋକେଟ୍ ପ୍ରବୀଣ ଭାଟି ପୁଅ ଜଗଦୀଶ ସିଂ ଭାଟି କହିଛନ୍ତି ଯେ ସେ ଅପରାହ୍ନ ୩ଟାରେ ଟୁଇଟର ଚଳାଉଥିଲେ । ସେତେବେଳେ ସେ ଦେଖିବାକୁ ପାଇଥିଲେ ଯେ, ଜମ୍ମୁ-କଶ୍ମୀରକୁ ଭାରତ ମାନଚିତ୍ରରୁ ବାହାର କରିଦିଆଯାଇଛି । ଏହାପରେ ସେ ଟୁଇଟର ଇଣ୍ଡିଆ ଏମଡିଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣିଛନ୍ତି । ଏହିପରି ଅନେକ ବରିଷ୍ଠ ଅଧିକାରୀ ଟୁଇଟର୍ ଉପରେ ଆକ୍ରୋଶ ଝାଡିଛନ୍ତି ।

ସୂଚନାଯୋଗ୍ୟ ଯେ, ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନୁତନ ଆଇଟି ନିୟମକୁ ନେଇ ବିବାଦ ଲାଗି ରହିଛି । ଆଉ ଏହା ଭିତରେ ଟୁଇଟର୍ ଜମ୍ମୁକୁ ମାନଚିତ୍ରରୁ ବାହାରେ ଦର୍ଶାଇବା ପରେ ବିବାଦ ଆହୁରି ତୀବ୍ର ହୋଇଯାଇଛି । ତେବେ ଟୁଇଟର୍ ଭୁଲ୍ ନକ୍ସା ଦେଖାଇବା ପରେ ତାକୁ ତୁରନ୍ତ ହଟାଇଦେଇଥିଲା ।

Get real time updates directly on you device, subscribe now.