fbpx

ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ; ଜିଏସ୍‌ଆଇ ଦ୍ବାରା ତମ୍ବାପଥର ଅନ୍ବେଷଣ ବେଳେ ମିଳିଲା ସନ୍ଧାନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ । ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଥିବା କହିଲେ ଖଣି ମନ୍ତ୍ରୀ । ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ଉତ୍ତର । ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ମିଳିଲା ସୁନାପଥର ସନ୍ଧାନ । କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ଅଞ୍ଚଳରେ ମିଳିଛି ସୁନା ଖଣିର ସନ୍ଧାନ । ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ ।

ମୟୁରଭଞ୍ଜ ଜିଲ୍ଲାର ଯଶିପୁର, ସୂରିଆଗୁଡା,ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣି ଅନ୍ବେଷନ ଚାଲିଛି । ସୁନ୍ଦରଗଡ଼,ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ସୁନା ଖଣି ଥିବା ସୂଚନା । ଜିଏସ୍‌ଆଇ ଦ୍ବାରା ତମ୍ବାପଥର ଅନ୍ବେଷଣ ବେଳେ ମିଳିଲା ସୁନା ସନ୍ଧାନ । ଏହି ଅଞ୍ଚଳରେ ସୁନା ଗଛିତ ଥିବା ଭୂତାତ୍ତ୍ବିକ ଆକଳନରୁ ଜଣାପଡ଼ିଛି । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି କହିଲେ ମନ୍ତ୍ରୀ ।

Get real time updates directly on you device, subscribe now.