fbpx

Gold Plated Ice Cream : ଭାରତର ଏହି ସ୍ଥାନରେ ମିଳୁଛି ସୁନା ଆଇସ୍କ୍ରିମ୍, ଏହାର ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ : ବର୍ତ୍ତମାନ ସୁନାର ଦାମ ଆକାଶଛୁଆଁ । ସୁନା ଅଳଙ୍କାର କିଣିବା ଏବଂ ପିନ୍ଧିବାକୁ ସାଧାରଣ ଲୋକେ ଡରୁଛନ୍ତି । ହେଲେ ଦାମ ଯେତେ ବଢିଲେ ବି ଚାହିତ କେବେ କମିନି । ସୁନା ପିନ୍ଧିବା ଛାଡି ସୁନା ଖାଇବା ଲୋକେ ଆରମ୍ଭ କଲେଣି । ସୁନା ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ନୁହେଁ । ସୁନା ଆମ ଶରୀର ପାଇଁ ଆନେକ ହିତକାର ସାବ୍ୟସ୍ତ ହୋଇଛି । ସେଥିପାଇଁ ସୁନା ଚନ୍ଦି ଚେୱନପ୍ଲାସର ବିଜ୍ଞାପନା କରାଯାଏ । ଏଥିରେ ସୁନା ଅଛି କି ନାହିଁ, ତାହା ଜଣାନାହିଁ କିନ୍ତୁ ଏମିତି ଏକ ଆଇସକ୍ରିମ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ୨୪ କ୍ୟାରେଟ୍ ସୁନା ଫ୍ଲେଟେଡ୍ ରହିଛି ।

ଗରମରେ ଆଇସକ୍ରିମ୍ ମନ ଓ ପାଟିକୁ ଥଣ୍ଡା ଏବଂ ଶାନ୍ତି ଦେଇଥାଏ । କିନ୍ତୁ ଏହି ଆଇସକ୍ରିମ୍ ଖାଲି ପାଟିକୁ ନୁହେଁ ବରଂ ପକେଟ୍ କୁ ଥଣ୍ଡା କରାଇବ । ଏହି ଆଇସକ୍ରିମ୍ ର ମୂଲ୍ୟ ରହିଛି ୧୦୦୦ ଟଙ୍କା । ଯଦିଓ ଗରିବ ଓ ସାଧାରଣ ଲୋକଙ୍କ ପାଇଁ ଏହି ଆଇସକ୍ରିମ୍ ଖାଇବା ସାତ ସପନ ତଥାପି ଧନୀ ଶ୍ରେଣୀର ଲୋକଙ୍କ ପାଇଁ ଏହା ସେତେଟା ପ୍ରଭାବ ପକାଇବ ନାହିଁ ।

ସୁରଟ ଓ ମୁମ୍ବାଇ ଭଳି ବଡ ବଡ ସହରରେ ଏହି ଗୋଲ୍ଡ ପ୍ଲେଟେଡ୍ ଆଇସକ୍ରିମ୍ ଉପଲବ୍ଧ । ଲୋକମାନେ ଏହି ଆଇସ୍ରକିମ୍ କୁ ଖୁବ୍ ପସନ୍ଦ କରୁଛନ୍ତି । ଏଥିରେ ଅନେକ ପ୍ରକାରର ଉପାଦାନ ରହିଛି ବୋଲି ଏହି ଆଇସକ୍ରିମ୍ ତିଆରି କରୁଥିବା ସେଫ୍ କୁହନ୍ତି । ବିଭିନ୍ନ ପ୍ରକାର ସିରମ୍ ସହ ବ୍ରାଉନି, ରୋଷ୍ଟେଡ୍ ଆଲମଣ୍ଡ, ଚକୋଲେଟ୍ କମ୍ପାଉଣ୍ଡ, ଗୋଲ୍ଡଡେନ୍ କର୍ଣ୍ଣ ଏବଂ ବିଭିନ୍ନ ପ୍ରକାର ଫ୍ଲେଭର ସହ ୨୪ କ୍ୟାରେଟ ର ଗୋଲ୍ଡ ପ୍ଲେଟଡ୍ ବ୍ୟବହାର କରାଯାଉଛି । ଯାହା ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରୁଛି । ଯାହାର ଦାମ୍ ୧୦୦୦ ଟଙ୍କା ରହିଛି । ଏହି ଆଇସକ୍ରମିକୁ କୋନରେ ପରଷା ଯାଉଛି । ବହୁତ ମାତ୍ରାରେ ଗ୍ରାହକ ଏହାକୁ ପସନ୍ଦ କରୁଥିବା ବ୍ୟବସାୀୟୀ କହିଛନ୍ତି ।

ସୁନା ଆମ ଶରୀରର ବିିଭିନ୍ନ ରୋଗ ପାଇଁ ରାମବାଣ ସଦୃଶ । ଉଚ୍ଚରକ୍ତଚାପ ନିୟନ୍ତ୍ରଣ କରିବା ସହ ଆହୁରି ଅନେକ ରୋଗକୁ ଦୂର କରେ । ସେଥିପାଇଁ ଲୋକେ ଡାହାଣ ହାତରେ ସୁନା ମୁଦି ପିନ୍ଧିଥାନ୍ତି । ଯେଉଁ କାରଣରୁ ଆମେ ସିଧାସଳଖ ସୁନା ନ ଖାଇ ପାରିଲେ ମଧ୍ୟ ଖାଦ୍ୟ ମାଧ୍ୟମରେ ଭୋଜନ ବେଳେ ସୁନା ଆମ ପାଟି ସଂସ୍ପର୍ଶରେ ଆସିଥାଏ । ଯାହା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥିଲା । ନିର୍ଦ୍ଧିଷ୍ଟ ଏ କରୋଗ ପାଇଁ ସୁନା ଖାଇବାକୁ ପରାମର୍ଶ ଦିଆଯାଏ ।

Get real time updates directly on you device, subscribe now.