BREAKING: ପ୍ରଥମ ଥର ପାଇଁ ୯୨ ହଜାର ଛୁଇଁଲା ସୁନା ଦର

ପୁଣି ବଢିଲା ସୁନା ଦର। ରେକର୍ଡ ଭାଙ୍ଗିଲା ଆଜିର ରେଟ୍। ପ୍ରଥମ ଥର ପାଇଁ ୯୨ ହଜାର ଛୁଇଁଲା ସୁନା।

ନୂଆଦିଲ୍ଲୀ: ରେକର୍ଡ ପରେ ରେକର୍ଡ କରି ଚିଲିଛି ସୁନା ଦର। ନିକଟରେ ୯୦ ହଜାର ପାର କରିଥିବା ବେଳେ, ଆଜି ସୁନା ରେଟ୍ ୯୨ ହଜାର ଛୁଇଁଛି। ଯାହାକୁ ନେଇ ଚିନ୍ତାରେ ଡପଡି ଯାଇଛନ୍ତି ଗ୍ରାହକ। ତେବେ ଯଦି ଏହି ଭଳି ଦିନକୁ ଦିନ ରେଟ୍ ବଢି ଚାଲିଥିବା ତେବେ ବହୁତ ଶୀଘ୍ର ସୁନା ଦର ଲକ୍ଷେ ପାର କରିବ।

ତେବେ ଆପଣମାନେ ଯଦି ସୁନା କିଣିବାକୁ ଚାହୁଁଛନ୍ତି ତାହାଲେ ସୁନା ରେଟ୍ ଜାଣି କିଣନ୍ତୁ। କାରଣ କେଉଁ ସମୟରେ ବି ରେଟ୍ ବଦଳିଯାଇପାରେ। ଠିକ୍ ଯେମିତି ଗତକାଲି ସୁନା ୯୧ ହଜାର ଥିବାବେଳେ ରାତି ପାହିଲା ବେଳକୁ ୯୨ ହଜାର ଛୁଇଁ ସାରିଛି।

୧୦ ଗ୍ରାମ ସୁନା ମୂଲ୍ୟ ୯୨ ହଜାର ଟଙ୍କାରେ ପହଞ୍ଚିଛି। ଗୁଜରାଟର ଅହମ୍ମଦାବାଦରେ ୧୦ ଗ୍ରାମ ସୁନାର ମୂଲ୍ୟ ୯୨ ହଜାର ଟଙ୍କା ହୋଇଛି। ବିଶେଷକରି ୨୪ କ୍ୟାରେଟ ସୁନା ମୂଲ୍ୟର ଅଧିକ ଦର ବୃଦ୍ଧି ଘଟିଛି।  ତେବେ ଭୁବନେଶ୍ୱରରେ ସୁନା ଦର ୯୧ ହଜାର ଟଙ୍କା ଭିତରେ ରହିଛି।

ଗତ କିଛି ମାସ ହେଲା ସୁନା ଦର ଦୃତ ଗତିରେ ବଢ଼ିଚାଲିଛି। ଚଳିତ ବର୍ଷ ଆରମ୍ଭରେ ସୁନାଦର ୭୮ ହଜାର ଟଙ୍କା ରହିଥିଲା। ସେବେଠାରୁ ଏହାର ମୂଲ୍ୟ ବଢ଼ିଚାଲିଛି।  ବିଶେଷକରି ଅନ୍ତର୍ଜାତୀୟ କ୍ଷେତ୍ରରେ ଟାରିଫ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଏହାର ପ୍ରଭାବ ସୁନା ଦର ଉପରେ ପଡିଛି।