fbpx
BSKY SKY
BSKY SKY

ତିନି ମାସ ପରେ ଏତେ କମିଗଲା ସୁନା ରେଟ୍, ବାହାଘର ପାଇଁ ଏବେଠାରୁ କିଣି ରଖନ୍ତୁ

BSKY

ନୂଆଦିଲ୍ଲୀ: ନିକଟରେ ସୁନା ରେଟରେ ବହୁତ ହ୍ରାସ ଘଟିଛି । ତେଣୁ ଆଗକୁ ଯେଉଁମାନଙ୍କର ବାହାଘର ଅଛି, ସେମାନେ ସଙ୍ଗେସଙ୍ଗେ ଏହାକୁ କିଣିନେବା ଉଚିତ୍ । ପୂର୍ବରୁ ସୁନା ରେଟ୍ ୧୦ ଗ୍ରାମକୁ ୫୬ ରହିଥିଲା । ମାତ୍ର ଏବେ ତାହା ୫୦ ହଜାର ଟଙ୍କା ତଳକୁ ଖସି ଯାଇଛି । ତେଣୁ ଆପଣମାନେ ସୁନା କିଣିବା ପାଇଁ ଏହାଠାରୁ ଆଉ ସୁବର୍ଣ୍ଣ ସୁଯୋଗ ପାଇବେ ନାହିଁ ।

ଗତ ତିନି ମାସ ପରେ ଭାରତୀୟ ବଜାରରେ ଏବେ ସୁନା ରେଟର ସ୍ତର ନିମ୍ନକୁ ଖସିଆସିଛି । ଅନ୍ୟପକ୍ଷରେ ଚାନ୍ଦିର ଦର ପୂର୍ବାପେକ୍ଷା ସାମାନ୍ୟ ବଢ଼ିଥିବା ଦେଖାଯାଉଛି । ଗତ ସପ୍ତାହିକ କାରବାରରେ ୧୦ ଗ୍ରାମ ସୁନାର ମୂଲ୍ୟ ୧ ହଜାରକୁ ଓ ୨ କେଜି ଚାନ୍ଦିର ମୂଲ୍ୟ ୨ ହଜାରକୁ ଖସି ଆସିଛି । ଗତ ମାର୍ଚ୍ଚ ମାସ ପ୍ରାରମ୍ଭରେ ୧୦ ଗ୍ରାମ ସୁନାର ମୂଲ୍ୟ ୫୬ ହଜାର ଟଙ୍କା ରହିଥିଲା । ସୁନା ରେକର୍ଡ ସ୍ତରଠାରୁ ଗ୍ରାମ ପିଛା ୬ ହଜାର ଟଙ୍କା ତଳେ ରହିଛି ।

ଆଇବିଜେଇ ୱେବସାଇଟର ତଥ୍ୟ ମୁତାବକ, ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୫୦,୩୬୭ ଟଙ୍କା, ୨୩ କ୍ୟାରେଟର ମୂଲ୍ୟ ୫୦,୧୬୫, ୨୨ କ୍ୟାରେଟର ମୂଲ୍ୟ ୪୬,୧୩୬ ଟଙ୍କା, ୨୦ କ୍ୟାରେଟର ମୂଲ୍ୟ ୩୭,୭୭୫ ଓ ୧୪ କ୍ୟାରେଟର ମୂଲ୍ୟ ୨୯,୪୬୫ ଟଙ୍କା ରହିଛି ।

Get real time updates directly on you device, subscribe now.