ଭୁବନେଶ୍ୱରରେ ୯୦ ହଜାର ତଳକୁ ଖସିଲା ସୁନା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ

ଆଜି ରାଜଧାନୀ ଭୁବନେଶ୍ୱରରେ କମିଗଲା ସୁନା ଦର

ଭୁବନେଶ୍ୱର: ଲଗାତାର ସୁନା ଦର ବଢିବା ପରେ ଆଜି ରାଜଧାନୀ ଭୁବନେଶ୍ୱରରେ ସୁନା ମୂଲ୍ୟ କମିଥିବା ନଜର ଆସିଛି । କିଛିଦିନ ତଳେ ସୁନା ଦର ୯୦ ହଜାର ଛୁଇଁଛି ।

ଏହା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ତେବେ ଆଜି ସୁନା ଦର ୪୦୦ ଟଙ୍କା ପାଖାପାଖି କମିଛି । ଏହା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

୨୨ କ୍ୟାରେଟ୍ ସୁନା ଦର: ଆଜି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୨ ହଜାର ୩୦୦ ଟଙ୍କା ରହିଛି । ଗତକାଲି ଏହି ଦର ୮୨ ହଜାର ୭୦୦ ଟଙ୍କା ଥିଲା । ତେବେ ଏହି ଦରରେ ପରିବର୍ତ୍ତନ ବା କମି ୪୦୦ ଟଙ୍କା କମିଛି ।

୨୪ କ୍ୟାରେଟ୍ ସୁନା ଦର: ଗତକାଲି ରାଜଧାନୀରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୦ ହଜାର ୨୨୦ ଟଙ୍କା ଥିଲା । ଆଜି ଏହି ଦରରେ ୪୪୦ ଟଙ୍କା କମି ୮୯ ହଜାର ୭୮୦ ଟଙ୍କାରେ କାରବାର ହେଉଛି ।