fbpx

୪ ବର୍ଷରେ ସର୍ବନିମ୍ନ ସ୍ତରରେ ସୁନା ଦର; ଜାଣନ୍ତୁ ସୁନାରେ ନିବେଶ କରିବାର ଶ୍ରେଷ୍ଠ ଉପାୟ

ନୂଆଦିଲ୍ଲୀ : ସୁନା ଏପରି ଏକ ଅଳଙ୍କାର ଯାହା ଭାରତୀୟ ମହିଳାଙ୍କ ସବୁଠାରୁ ପ୍ରିୟ । ଭାରତ ଏପରି ଏକ ରାଷ୍ଟ୍ର ଯେଉଁଠାରେ ବିଶ୍ୱର ସବୁଠାରୁ ଅଧିକ ସୁନା ଗଚ୍ଛିତ ରହିଛି । ବୁଧବାର ଭାରତୀୟ ବଜାରରେ ସୁନା ଦର ୪୬ ହଜାର ୫୦୯ ଟଙ୍କା ରହିଛି । ବିଗତ ୪ ବର୍ଷ ମଧ୍ୟରେ ସୁନା ଦର ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ବେଳେ ସୁନାରେ ନିବେଶ ବଢିବାର ସମ୍ଭାବନା ରହିଛି । କେବଳ ଭାରତ ନୁହେଁ ଜୁନ୍ ମାସରେ ଅନ୍ତର୍ଜାତୀୟ ବଜାରରେ ସୂନା ମୂଲ୍ୟ ପ୍ରାୟ ୭ ପ୍ରତିଶତ ହ୍ରାସ ପାଇଛି । ସୁନା ବଜାରରୁ କିଣି ଘରେ ରଖିବା ଦ୍ୱାରା ଚୋରିର ସମ୍ଭାବନା ବୃଦ୍ଧି ପାଇଥାଏ । ତେଣୁ ସୁନାରେ ନିବେଶ କରିବା ପାଇଁ କିଛି ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା ।

ସୋଭେରିନ ଗୋଲ୍ଡ ବଣ୍ଡସ୍:

ଜୁଲାଇ ୧୨ରୁ ୧୬ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚତୁର୍ଥ ଏସଜିବି ଆରମ୍ଭ ହେଉଛି । ଏହି ସମୟରେ ଆପଣ ସୁନାର ମୂଲ୍ୟରେ ସୋଭେରିନ୍ ଗୋଲ୍ଡ ବଣ୍ଡସ୍ କ୍ରୟ କରି ପାରିବେ । ସର୍ବନିମ୍ନ ଏକ ଏସଜିଏସ୍(ଏକ ଗ୍ରାମ ସୁନା) କିଣି ଆପଣ ଏହି ବଣ୍ଡ ହାସଲ କରିପାରିବେ । ବଜାର ଦର ଅନୁସାରେ ଏହି ବଣ୍ଡର ଦର ନିର୍ଦ୍ଧାରିତ ହୋଇଥାଏ । ତେଣୁ ବର୍ତ୍ତମାନ ସମୟରେ ଏହି ବଣ୍ଡରେ ନିବେଶ କଲେ ନିବେଶକ ଲାଭବାନ ହୋଇପାରିବେ । ଏହି ସୋଭେରିନ୍ ଗୋଲ୍ଡ ବଣ୍ଡ ଦ୍ୱାରା ଆପଣଙ୍କୁ ବାର୍ଷିକ ୨.୫ ପ୍ରତିଶତର ସୁଧ ମଧ୍ୟ ମିଳିଥାଏ । ଏହା ହେଉଛି ସୁନାରେ ନିବେଶ କରିବାର ଏକମାତ୍ର ମାଧ୍ୟମ ଯେଉଁଥିରେ ଆପଣଙ୍କୁ ଆରବିଆଇର ସୁରକ୍ଷା ସହିତ ସୁଧ ମିଳିଥାଏ । ଏହା ସହିତ ଏହି କ୍ରୟ ଉପରେ ଆୟକର ମଧ୍ୟ ଛାଡ କରାଯାଇଥାଏ ।

ଗୋଲ୍ଡ ଇଟିଏଫ୍:

ସୁନାରେ ନିବେଶ କରିବା ପାଇଁ ଗୋଲ୍ଡ ଇଟିଏଫ୍ ଅନ୍ୟତମ ଆକର୍ଷଣୀୟ ଅବକାଶ । ନିୟମିତ ଟ୍ରେଡରେ ଅଧିକ ନିବେଶ କରୁଥିବା ନିବେଶକଙ୍କ ପାଇଁ ଏହା ସବୁଠାରୁ ବଢିଆ ମାଧ୍ୟମ । କମ୍ ମୂଲ୍ୟରେ ମଧ୍ୟ ଆପଣଙ୍କୁ ଏହି ନିବେଶ କରିବାର ସୁଯୋଗ ମିଳୁଥିବା ବେଳେ ଗୋଲ୍ଡ ଇଟିଏଫର ପୂର୍ବବର୍ତ୍ତୀ ପ୍ରଦର୍ଶନକୁ ଦୃଷ୍ଟିରେ ରଖନ୍ତୁ । ଏହି ନିବେଶ ବିପକ୍ଷରେ ଆପଣଙ୍କୁ ବ୍ରୋକର ନିକଟରୁ କୋଲାଟେରାଲ୍ ଅର୍ଥରାଶି ମଧ୍ୟ ମିଳିଥାଏ । ତେବେ ଏଥିରେ ଆପଣଙ୍କୁ ସାମାନ୍ୟ ବ୍ରୋକୋରେଜ୍ ପ୍ରଦାନ କରିବାକୁ ପଡିଥାଏ । ଏକବର୍ଷରୁ ଅଧିକ ସମୟ ଧରି ଗୋଲ୍ଡ ଇଟିଏଫରେ ନିବେଶ କଲେ ଏହା ଟ୍ୟାକ୍ସରହିତ ହେବା ସହିତ ଫାଇଦା ପ୍ରଦାନ କରିଥାଏ ।

୨୦୨୧ରେ ସୁନାର ଭବିଷ୍ୟତ:

ଆମେରିକାରେ କରୋନା କାରଣରୁ ସୁନାର ଚାହିଦା କମିବାରେ ଲାଗିଛି । ଲଗାତାର ତୃତୀୟ କ୍ୱାର୍ଟରରେ ସୁନା କିଣା କମ ରହିଛି । ସୁନା ମୂଲ୍ୟ ଆଉନ୍ସ ପିଛା ୧୮୦୦ ଡଲାରରୁ କମ୍ ଛୁଇଁଛି । ଆଗାମୀ ଦିନରେ ଏହି ମୂଲ୍ୟ ଆହୁରି କମ ହେବାକୁ ଯାଉଥିବା ବେଳେ ୨୦୨୨ ପରେ ସୁନା ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.