ନୂଆଦିଲ୍ଲୀ: ସୁନା ମୂଲ୍ୟରେ ୨୦୨୪ରେ ୩୦ ପ୍ରତିଶତର ରେକର୍ଡ ବୃଦ୍ଧି ପାଇଛି। ଏଥିସହ ସୁନା ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଦେଇଛି। ଏହି ସୂଚନା ଡବ୍ଲୁଜିସିର ତାଜା ରିପୋର୍ଟରୁ ମିଳିଛି। ରିପୋର୍ଟ ମୁତାବକ, ଚଳିତ ବର୍ଷ ସୁନାର ମୂଲ୍ୟରେ ପ୍ରତି ଗ୍ରାମ ପିଛା ୭ହଜାର ୩୦୦ ଟଙ୍କା ବୃଦ୍ଧି ଘଟିଛି। ଡବ୍ଲୁଜିସିର ରିପୋର୍ଟରେ କୁହାଯାଇଛି ଯେ, ୨୦୨୪ରେ ସାରା ବିଶ୍ୱ ସ୍ତରରେ ସୁନାର ମୂଲ୍ୟରେ ବୃଦ୍ଧି ମୁଖ୍ୟ ଭାବେ ସାରା ଦୁନିଆର କେନ୍ଦ୍ରୀୟ ବ୍ୟାଙ୍କରେ ନିବେଶକଙ୍କର କ୍ରୟ ଯୋଗୁଁ ଆସିଛି। ଆସନ୍ତୁ ଜାଣିବା ଯେ, ୨୦୨୫ରେ ସୁନାର ମୂଲ୍ୟ କଣ ରହିବ।
ୱାର୍ଲଡ ଗୋଲ୍ଡ କାଉଁସିଲ ରିପୋର୍ଟ ମୁତାବକ, ଜିଡିପି, ଫସଲ ଉତ୍ପାଦନ ଏବଂ ମହଙ୍ଗା ପରି ମୁଖ୍ୟ ଫ୍ୟାକ୍ସଟର ଉପରେ ନଜର ପକାଇଲେ ଜଣାପଡିଛି ଯେ, ୨୦୨୫ ସୁନା ପାଇଁ ପଜିଟିଭ ରହିବ। ୨୦୨୪ ଭଳି ମୂଲ୍ୟରେ ବୃଦ୍ଧି ଦେଖିବାକୁ ପଡିବନାହିଁ। ଯଦି ବୃଦ୍ଧି ଘଟିବ ତେବେ ତାହା ସାରା ଦୁନିଆର କେନ୍ଦ୍ରୀୟ ବ୍ୟାଙ୍କର ମନିଟାରୀ ପଲିସିର ପ୍ରଭାବ ଦେଖିବାକୁ ମିଳିବ। ଏହା ବ୍ୟତୀତ ସୁନାର ବଜାରରେ ଚୀନର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିବ।
Goldman sachs ଙ୍କର ଅନୁମାନ ରହିଛି ଯେ, ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସୁନାର ମୂଲ୍ୟ ପ୍ରତି ounce ପିଛା ୩ହଜାର ୧୫୦ ଡଲନ୍ରେ ପହଞ୍ଚିବ। ଯାହା ବର୍ତ୍ତମାନ ଥିବା ସ୍ତରରେ ହାରାହାରି ୧୭ ପ୍ରତିଶତ ଅଧିକ ଅଟେ। ଏହି ମୂଲ୍ୟ ବୃଦ୍ଧିର ଏକ ବଡ଼ ଅଂଶ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଦାବି ଏବଂ ଆମାରିକାର ଆର୍ଥିକ ସ୍ଥିରତା ଏବଂ ଯୁଦ୍ଧକୁ ନେଇ ପ୍ରେରିତ ହେବ। ୟୁବିଏସର ବିଶ୍ଳେଷକମାନଙ୍କୁ ମଧ୍ୟ ଅନୁମାନ ରହିଛି ଯେ, ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସୁନାର ମୂଲ୍ୟରେ ପ୍ରତି ounce ପିଛା ୨ହଜାର ୯୦୦ ଡଲାର ଯାଏଁ ପହଞ୍ଚିବ। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ପ୍ରତି ounce ପିଛା ୨,୭୨ ଡଲାର ଅତିକ୍ରମ କରିଛି। ଏଥିପାଇଁ ଭାରତୀୟ ବଜାରରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୦ ଟଙ୍କା ଅତିକ୍ରମ କରିଛି।