fbpx

କମିଲା ସୁନା ଦର, ଜାଣନ୍ତୁ ଆଜି କେତେ ?

ନୂଆଦିଲ୍ଲୀ,୬।୧୦ : କରୋନା ସଙ୍କଟ ସମୟରେ ଗତ କିଛିଦନ ଧରି ଲଗାତାର ସୁନା ଦର କମିବାରେ ଲାଗିଛି । ଆଜି ମଧ୍ୟ ସୁନା ଦର ହ୍ରାସ ପାଇଛି । ଗତକାଲି ତୁଳନାରେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୯୮୦ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୮୦ ଟଙ୍କାରେ ପହଞ୍ଚିଥିବା ରେକର୍ଡ ହୋଇଛି। ସେହିଭଳି ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୪ କ୍ୟାରେଟ ସୁନା ଦର ୫୨,୩୮୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୪୮,୦୨୦ ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ରୂପାର ଦର ହ୍ରାସପାଇଁ ପ୍ରତି କିଲେ ପ୍ରାୟ ୬୦ ହଜାର ଟଙ୍କାରେ ପହଞ୍ଚିଛି ।

ତେବେ ମୁମ୍ବାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୮,୯୮୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୪୯,୯୮୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୯୦୦ ଟଙ୍କା ଓ ୫୩,୩୫୦ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୮,୦୨୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୩୮୦ଥିବା ରେକର୍ଡ ହୋଇଛି ।

Get real time updates directly on you device, subscribe now.