ନୂଆଦିଲ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ ସୁନା ଦରରେ ୧୦୯୦ ଟଙ୍କା ବୃଦ୍ଧି ଘଟିଛି। ସେହିପରି ୨୨ କ୍ୟାରେଟ ସୁନା ୧୦୦୦ ଟଙ୍କା ମହଙ୍ଗା ହୋଇଛି।
ବର୍ତ୍ତମାନ ମୂଲ୍ୟ ଅର୍ଥାତ ୯ ମାର୍ଚ୍ଚରେ ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୭ ହଜାର ୮୬୦ ଟଙ୍କା ଥିଲା ସେହିପରି ଏଠାରେ ୨୨ କ୍ୟାରେଟ୍ ସୁନା ଦର ୮୦ ହଜାର ୫୫୦ ଟଙ୍କା ବୃଦ୍ଧି ଘଟିଛି।
ରୂପା: ଯଦି ଆମେ ରୂପା ଦର ଉପରେ ନଜର ପକାଇବା। ଏହା ସପ୍ତାହରେ ୨,୧୦୦ ଟଙ୍କା ବୃଦ୍ଧି ପାଇଛି। ୯ ମାର୍ଚ୍ଚରେ ରୂପା ଦର କିଲୋଗ୍ରାମ ପିଛା ୯୯ ହଜାର ୧୦୦ ଟଙ୍କା ରହିଛି।
୮ ମାର୍ଚ୍ଚରେ ଇନ୍ଦୋରର ଫ୍ୟୁଚର ବଜାରରେ ରୂପା ଦର ୧୦୦ ଟଙ୍କା ହ୍ରାସ ପାଇଛି। ଶୁକ୍ରବାର ଦିନ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୫୦୦ ଟଙ୍କା ବୃଦ୍ଧି ପାଇ ୯୯ ହଜାର ୫୦୦ ଟଙ୍କା ହୋଇଥିଲା।