fbpx

(Video) ଲଗାତର ୩ ଦିନ ଧରି ଖସିଲା ସୁନା ରେଟ୍; ଜାଣନ୍ତୁ କେତେ ଟଙ୍କା ହେଲା ଶସ୍ତା

Advertisement

ଭୁବନେଶ୍ୱର: ଆସିଲା ଆଶ୍ୱସ୍ତିକର ଖବର । ଲଗାତର ୩ ଦିନ ଧରି ଖସିଲା ସୁନା ରେଟ୍ । ଆଜି ଏତିକି ଟଙ୍କା ହେଲା ଶସ୍ତା । ଆଜି ସାମାନ୍ୟ କମିଛି ସୁନା ଦର । ଭାରତରେ ସୁନା ଦରରେ ଆଜି ୩ୟ ଦିନ ହ୍ରାସ ହୋଇଥିବା ରେକର୍ଡ କରାଯାଇଛି । ଯାହାଦ୍ୱାରା ସୁନା କିଣିବାକୁ ଇଛୁକ ଥିବା ଗ୍ରାହକଙ୍କୁ ଫାଇଦା ହେବ । ଭାରତରେ ଆଜି ୨୨ କ୍ୟାରେଟ ସୁନାର ଦାମ ୪୦୦ ଟଙ୍କା ହ୍ରାସ ପାଇ ୬୬ ହଜାର ୭୫୦, ୧୦ ଗ୍ରାମ ପିଛା ରହିଛି । ସେହିପରି ମେ ୧୪ରେ ଦେଶରେ ୧୦୦ ଗ୍ରାମ ୨୨ କ୍ୟାରେଟ ଗୋଲ୍ଡ ର ଦାମ ୪୦୦୦ ଟଙ୍କା ହ୍ରାସ ପ୍ଧବ ୬୬୭୫୦୦ ଟଙ୍କା ହୋଇଥିବା ଜଣାପଡିଛି ।

ଏହାରି ମଧ୍ୟରେ ୨୪ କ୍ୟାରେଟ ସୁନା ଦାମ ଶସ୍ତା ହୋଇଛି । ମଙ୍ଗଳବାର ୪୩୦ ଟଙ୍କା ହ୍ରାସ ପାଇ ୭୨ ହଜାର ୮୨୦ ଟଙ୍କା, ୧୦ ଗ୍ରାମ ଓ ୧୦୦ ଗ୍ରାମ ୨୪ କ୍ୟାରେଟ ଗୋଲ୍ଡ ର ଦାମ ୪୩୦୦ ହ୍ରାସ ପାଇ ୭୨୮୨୦୦ ଟଙ୍କା ହୋଇଛି । ଜଣାଇରଖିବୁ କି, ଭାରତରେ ୧୦୦ ଗ୍ରାମ ୨୪ କ୍ୟାରେଟ ସୁନାର ଦାମ ଆଜି ତୃତୀୟ ଦିନରେ ୮୭୦୦ ଟଙ୍କା ହ୍ରାସ ହୋଇଥିବା ରେକର୍ଡ ହୋଇଛି ।

Get real time updates directly on you device, subscribe now.