fbpx

ତଳକୁ ଖସିଲା ସୁନା-ଗହଣା ଦାମ୍: ଜାଣନ୍ତୁ କମିବା ପରେ କ’ଣ ରହିଛି ନୂଆ ରେଟ୍

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ବଜାରରେ ମିଳୁଥିବା ସଂକେତ ଅନୁସାରେ ସୁନାର ଦର ହ୍ରାସ ପାଇଥିବା ଦେଖାଯାଇଛି । ଲାଗାତର ଦ୍ୱିତୀୟ ଦିନ ସୁନା ଏବଂ ରୂପାର ଦାମ ତଳକୁ ଖସିଛି । ତେବେ ଆଜି ଭାରତୀୟ ବଜାରରେ ସୁନାଦର କମ୍ ହୋଇଥିବା ବେଳେ ରୂପାର ଦାମରେ ସାମାନ୍ୟ ବୃଦ୍ଧି ପାଇଛି । ମଲ୍ଟି କମୋଡିଟୀ ଏକ୍ସଚେଞ୍ଜରେ ସୁନାର ଦାମ ପ୍ରାରମ୍ଭିତ ବ୍ୟବସାୟରେ ୦.୦୪ ପ୍ରତିଶତ ହ୍ରାସ ରେକର୍ଡ ହୋଇଛି । ତେବେ ରୂପା ଦାମରେ ୦.୪୨ ପ୍ରତିଶତ ବୃଦ୍ଧି ଘଟିଛି ।

୨୪ କ୍ୟାରେଟ ସୁନାର ମୂଲ୍ୟ ୨୨ଟଙ୍କା ହ୍ରାସ ପାଇଛି । ଫଳରେ ୧୦ ଗ୍ରାମ ସୁନାର ମୂଲ୍ୟ ଏବେ ୪୯,୧୫୩ରେ ପହଞ୍ଚିଛି । ସେହିପରି ରୂପାର ମୂଲ୍ୟ ୨୩୪ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଏକ କେ.ଜି ରୂପାର ଦାମ୍ ଏବେ ୫୬,୫୭୭ଟଙ୍କା ହୋଇଛି । ଆଜି ସୁନା ବ୍ୟବସାୟ ୪୯,୧୮୯ ଟଙ୍କାରୁ ଆରମ୍ଭ ହୋଇଥିଲା । ସେହିପରି ରୂପାରେ ଅଜି ଟ୍ରେଡିଙ୍ଗ ୫୬,୫୭୮ଟଙ୍କାରୁ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ଗତକାଲି ଏମସିଏକ୍ସରେ ସୁନା ମୂଲ୍ୟରେ ୯୧ ଟଙ୍କା ହ୍ରାସ ପାଇ ୪୯,୨୧୧ ଟଙ୍କା ପ୍ରତି ୧୦ ଗ୍ରାମରେ ଅଟକିଥିଲା । ଅନ୍ୟପକ୍ଷରେ ରୂପାର ମୂଲ୍ୟ ମଧ୍ୟ ୩୧୯ ଟଙ୍କା କମି ୫୬,୩୬୫କୁ ପହଞ୍ଚିଥିଲା । ଗ୍ଲୋବାଲ ମାର୍କେଟରେ ମଧ୍ୟ ଆଜି ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ରେକର୍ଡ ହୋଇଛି । ସୁନା ଦରରେ ୦.୭୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ରୂପାର ମୂଲ୍ୟ ୧.୦୮ ପ୍ରତିଶତ ତଳକୁ ଖସିଛି ।

Get real time updates directly on you device, subscribe now.