fbpx

ଆଜି ପୁଣି କମିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ଶ୍ରାବଣ ମାସ ତୃତୀୟ ସୋମବାର ଅର୍ଥାତ୍ ଅଗଷ୍ଟ ୫ ତାରିଖରେ ସୁନା ମୂଲ୍ୟ ହ୍ରାସ ପାଇଛି । ସୋମବାର ଦିନ ଦେଶର ସମସ୍ତ ସହରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୦ ରୁ ୭୧ ହଜାର ମଧ୍ୟରେ ରହିଥିବା ବେଳେ କିଲୋଗ୍ରାମ ୮୫,୪୦୦ ଟଙ୍କା ରହିଛି । ବଜେଟ୍ ୨୦୨୪ ଉପସ୍ଥାପନା ପରେ ସୁନା ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ।

ସେହିପରି ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୦ ହଜାର ୭୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ପ୍ରାୟ ୬୪,୮୪୦ ଟଙ୍କା ରହିଛି । ମୁମ୍ବାଇର ସୁନା ଦର ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୭୦,୫୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୪,୬୯୯ ଟଙ୍କା ରହିଛି ।

କୋଲକାତା ସୁନା ମୂଲ୍ୟ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୪,୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୦,୫୭୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୪,୯୯୦ ଟଙ୍କା ରହିଛି, ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୦,୩୫୦ ଟଙ୍କା ରହିଛି । ଅହମ୍ମଦାବାଦରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୪,୭୪୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୦,୬୨୦ ଟଙ୍କା ରହିଛି ।

ଲକ୍ଷ୍ନୌରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୪,୮୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୦,୭୨୦ ଟଙ୍କା ରହିଛି । ଜୟପୁରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୪,୮୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୦,୭୨୦ ଟଙ୍କା ରହିଛି ।

Get real time updates directly on you device, subscribe now.