fbpx

Gold-Silver Price Today: ଅକ୍ଷୟତୃତୀୟା ପୂର୍ବରୁ ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି କେତେ ଅଛି ସୁନା ରୁପାର ଦାମ୍

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟ ପୂର୍ବରୁ ଗ୍ରାହକମାନଙ୍କ ପାଇଁ ଭଲ ଖବର। ଏପ୍ରିଲ୍ ୨୧, ୨୦୨୩ ରେ, ଭାରତୀୟ ବଜାରରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଥିବାର ରେକର୍ଡ କରାଯାଇଛି। ବର୍ତ୍ତମାନ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୦ ହଜାର ଟଙ୍କାରୁ ଅଧିକ ରହିଛି। ଏଥି ସହିତ ରୂପା ମୂଲ୍ୟ କିଲୋଗ୍ରାମରେ ୭୪ ହଜାର ଟଙ୍କାରୁ ଅଧିକ ଅଛି। ଜାତୀୟ ସ୍ତରରେ ୯୯୯ ଶୁଦ୍ଧତାର ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୦୪୪୬ ଟଙ୍କା ରହିଛି ଏବଂ ୯୯୯ ଶୁଦ୍ଧତାର ରୂପା ହେଉଛି ୭୪,୭୬୩ ଟଙ୍କା ଅଛି।

ଆସନ୍ତା କାଲି ଅର୍ଥାତ୍ ଏପ୍ରିଲ ୨୨ ତାରିଖରେ ପବିତ୍ର ଅକ୍ଷୟ ତୃତ୍ରିୟା ପର୍ବ । ଏହି ଦିନରେ ସୁନା କିଣିବା ଶୁଭ ବୋଲି ଧାରଣା ରହିଛି । ଇଣ୍ଡିଆନ୍ ବୁଲିଆନ ଏବଂ ଜୁଏଲର୍ସ ଏସୋସିଏସନ୍ ମୁତାବକ, ଗୁରୁବାର ସନ୍ଧ୍ୟାରେ ୨୪ କ୍ୟାରେଟ୍ ସୁନାର ପ୍ରତି ୧୦ ଗ୍ରାମ୍ ପାଇଁ ଦାମ୍ ୬୦୬୧୬ ଥିଲା ଯାହା ଆଜି ୬୦୪୪୬କୁ ଖସି ଆସିଛି ।

ଆଜି ସକାଳ ୧୧ଟା ୧୫ ମିନିଟ୍‌ରେ ଏମସିଏକ୍ସ ସୁନାର ଦାମ୍ ୧୦ ଗ୍ରାମ୍ ପ୍ରତି ୬୦,୩୯୦ ଥିଲା । ସେହିପରି ରୁପାର ମୁଲ୍ୟ ମଧ୍ୟ ୨୬୭ ଟଙ୍କା ହ୍ରାସ ପାଇଁ ୭୫,୨୩୪ ପ୍ରତି କେଜି ଥିଲା । ତେବେ ଅକ୍ଷୟ ତୃତୀୟାରେ ପୂର୍ବପରି ଭଲ ବ୍ୟବସାୟ ହେବ ବୋଲି ସୁନା ବ୍ୟବସାୟୀମାନେ ଆଶା ରଖିଛନ୍ତି । କିନ୍ତୁ ସୁନା ମୂଲ୍ୟ ବୃଦ୍ଧି ହେତୁ ଅକ୍ଷୟ ତୃତୀୟାରେ ସୁନା କିଣିବାର ପାରମ୍ପାରିକ ଅଭ୍ୟାସ ହ୍ରାସ ହୋଇପାରେ । କାରଣ ବର୍ତ୍ତମାନ ୧୦ ଗ୍ରାମ ପ୍ରତି ୬୦,୦୦୦ ରୁ ଅଧିକ ମୂଲ୍ୟ ରହିଛିି, ଯାହା ସମ୍ଭାବ୍ୟ ନିବେଶକଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ତେବେ ପ୍ରତୀକାତ୍ମକ କ୍ରୟ ଜାରି ରହିବ ବୋଲି ଆମେ ଆଶା କରୁଛୁ, କିନ୍ତୁ କ୍ୱାଣ୍ଟମ୍ କମ୍ ହୋଇପାରେ ବୋଲି ଆକ୍ସିସ୍ ସିକ୍ୟୁରିଟିରେ, ହେଡ୍ – କମୋଡିଟି, ଏଚ୍‌ଏନଆଇ ଏବଂ ଏନଆରଆଇ ପ୍ରୀତମ୍ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.