fbpx

Golden Blood… ୪୩ ଜଣଙ୍କ ଶରୀରରେ ବହୁଛି ‘ସୁନାର ରକ୍ତ’… ଦୁର୍ଲଭ ବ୍ଲଡ ଗ୍ରୁପକୁ ନେଇ ଫିଟୁନି ରହସ୍ୟ

ଓଡ଼ିଶା ଭାସ୍କର: ମାନବ ଶରୀର ସହ ଜଡ଼ିତ ଅନେକ ରହସ୍ୟ ଏବେ ବି ପରଦା ପଛରେ ଲୁଚି ରହିଛି । ବିଶେଷ କରି ମଣିଷର ରକ୍ତ ଏବଂ ବ୍ଲଡ ଗ୍ରୁପକୁ ନେଇ ଅନେକ ସମୟରେ ଅନେକ ନୂଆ ତଥ୍ୟ ଜାଣିବାକୁ ମିଳିଥାଏ । ତେବେ ଆମେ ସମସ୍ତେ ଜାଣିଛେ ଯେ, ରକ୍ତର ରଙ୍ଗ ଲାଲ୍ ହୋଇଥାଏ । କିନ୍ତୁ କେବେ ‘ଗୋଲ୍ଡେନ୍ ବ୍ଲଡ’ ବା ସୁନେଲି ରକ୍ତ ବିଷୟରେ ଶୁଣିଛନ୍ତି କି? ଦୁନିଆରେ ମୋଟ ୪୩ ଜଣ ବ୍ୟକ୍ତି ରହିଛନ୍ତି ଯେଉଁମାନଙ୍କ ରକ୍ତର ରଙ୍ଗ ସୁନେଲି ହୋଇଥାଏ । ସେମାନଙ୍କ ଶିରା ପ୍ରସିରାରେ ସୁାନଲି ରଙ୍ଗର ରକ୍ତ ହିଁ ଝରିଥାଏ ।

ଏହି ଗୋଲ୍ଡେନ୍ ବ୍ଲଡ ଦୁନିଆରେ ବେଶ୍ ଦୁର୍ଲଭ ବ୍ଲଡ ଗ୍ରୁପ ହୋଇଥାଏ । ବ୍ଲଡ ଗ୍ରୁପ ଦୁର୍ଲଭତା ଯୋଗୁଁ ଏମାନଙ୍କୁ ରକ୍ତଦାନ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥାଏ । ଫଳରେ ଭବିଷ୍ୟତରେ ସେମାନଙ୍କ ପାଇଁ ମଧ୍ୟ ରକ୍ତର ଅଭାବ ପୂରଣ କରିହେବ । ସୁନେଲି ରକ୍ତ ଥିବା ଲୋକମାନଙ୍କ ରକ୍ତରେ ଆଣ୍ଟିଜେନ୍ କମ୍ ରହିଥାଏ, ତେଣୁ ଏହି କ୍ଷେତ୍ରରେ ଏନିମିଆ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ । ଏହା ରକ୍ତ କଣିକାର ଉତ୍ପାଦନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । ଏହି ଗୋଲ୍ଡେନ୍ ବ୍ଲଡ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ଜାଣିବା ପାଇଁ ଲଗାତାର ରିସର୍ଚ୍ଚ ଜାରି ରଖିଛନ୍ତି ବୈଜ୍ଞାନିକ । ଏହି ଦୁର୍ଲଭ ବ୍ଲଡ ଗ୍ରୁପର କାରଣ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବକୁ ବୁଝିବା ପାଇଁ ମଧ୍ୟ ବୈଜ୍ଞାନିକ ମାନେ ପ୍ରୟାସ ଜାରି ରଖିଛନ୍ତି ।

ଗୋଲ୍ଡେନ୍ ବ୍ଲଡ ଗ୍ରୁପ ଥିବା ଲୋକମାନଙ୍କୁ ରକ୍ତଦାନ କରିବା ପାଇଁ ପ୍ରୋତ୍ସାହନ କରାଯାଉଛି । କିନ୍ତୁ କେବଳ ଗୋଲ୍ଡେନ୍ ବ୍ଲଡ ଗ୍ରୁପ ଥିବା ଲୋକମାନଙ୍କୁ ହିଁ ସେମାନେ ବ୍ଲଡ ଦେଇପାରିବେ ବୋଲି କୁହାଯାଇଥାଏ । ତେବେ ଏହି ବ୍ଲଡ ଗ୍ରୁପରେ ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ଶିଶୁ ପ୍ରତି ଅଧିକ ବିପଦ ରହିଥାଏ । ଏହି ବ୍ଲଡ ଗ୍ରୁପର ଲୋକମାନଙ୍କ ପାଇଁ ଅଙ୍ଗଦାନ ମଧ୍ୟ ଖୁବ କଷ୍ଟକର ହୋଇଥାଏ । ଗୋଲ୍ଡେନ୍ ବ୍ଲଡ ଗ୍ରୁପର ଲୋକମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟାର ସାମନା କରୁଥିବା ବେଳେ ଭବିଷ୍ୟତରେ ଏସବୁର ସମାଧାନ ହେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

ଗୋଲ୍ଡେନ୍ ବ୍ଲଡ ବା Rh Null, ଏହା ନିଜ ଭିତରେ ଏକ ରହସ୍ୟମୟୀ ବ୍ଲଡ ଗ୍ରୁପ ହୋଇଥାଏ । ୧୯୬୧ ମସିହାରେ ଏହାକୁ ପ୍ରଥମ ଥର ଦେଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ମାତ୍ର କିଛି ଡର୍ଜନ ଲୋକଙ୍କ ଦେହରେ ଏହି ବ୍ଲଡ ଦେଖାଯାଇଛି ଏବଂ ଏହା ଏକ ଅନୁବାଂଶିକ ଲକ୍ଷଣ । ସାଧାରଣ ବ୍ଲଡ ଟେଷ୍ଟରେ ଏହି ଗ୍ରୁପକୁ ଚିହ୍ନଟ କରାଯାଇ ପାରିବ । Rh ଫ୍ୟାକ୍ଟର ପଜିଟିଭ କିମ୍ବା ନେଗେଟିଭ ନ ହେବାର ଅର୍ଥ ଏହା ଗୋଲ୍ଡେନ ବ୍ଲଡ ଗ୍ରୁପ୍ ହୋଇଥାଏ । ଏହି ବ୍ଲଡ ଗ୍ରୁପର ଲୋକମାନଙ୍କ ଇମ୍ୟୁନ୍ ସିଷ୍ଟମ ଖୁବ ଅଧିକ ହୋଇଥାଏ । ଶରୀରରେ କୌଣସି ପ୍ରକାରର ଆଣ୍ଟିଜେନ୍ ନ ଥିବାରୁ ଏମାନେ ସମସ୍ତ ସଂକ୍ରମଣ ସହ ଲଢିପାରନ୍ତି ।

Get real time updates directly on you device, subscribe now.