ITI ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, IOCL ବାହାର କଲା ବିଜ୍ଞପ୍ତି
ଆପଣ ଚାକିରୀ ପାଇଁ ଆଶାୟୀ ଅଛନ୍ତି କି? ତେବେ ଶୀଘ୍ର କରନ୍ତୁ ଆବେଦନ। ନହେଲେ ହାତଛଡ଼ା କରିଦେବେ IOCLରେ ଚାକିରୀ କରିବାର ସୁବ୍ରଣ୍ଣ ସୁଯୋଗ।
ନୂଆଦିଲ୍ଲୀ: ITI ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦଶମ ପାସ୍ କରିଥିଲେ ବି ମିଳିବ ଚାକିରୀ। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ରେ ଆପଣ ଚାକିରୀ କରିବାକୁ ଚାହୁଁଛନ୍ତି କି? ତାହାଲେ ଆପଣଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ।
ତେଣୁ ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। କାରଣ ଏନଇ IOCL ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ ଆପଣ ଯଦି ଚାକିରୀ ପାଇଁ ଆଶାୟୀ ଅଛନ୍ତି। ଏବଂ ଆବେଦନ ପାଇଁ ଆଗ୍ରହୀ ତେବେ ସମ୍ପୂର୍ଣ୍ଣ ଆବେଦନ ପ୍ରକ୍ରିୟା ଜାଣି ରଖନ୍ତୁ।
କେଉଁମାନେ କରିପାରିବେ ଆବେଦନ: ଏହି ଚାକିରୀ ପାଇଁ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ। ଏଥିପାଇଁ କେବଳ ଅନଲାଇନରେ ହିଁ ଆବେଦନ କରିବାକୁ ପଡିବ। ଦଶମ ପାସ୍ କରିଥିବା ପ୍ରାର୍ଥୀ ମଧ୍ୟ ଏହି ଚାକିରି କରିବାର ସୁଯୋଗ ପାଇବେ।
ଆଗ୍ରହୀ ପ୍ରାର୍ଥୀମାନେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡର ଅଫିସିଆଲ ଓ୍ୱେବସାଇଡ଼୍ iocl.comରେ ଯାଇ ଆବେଦନ କରିପାରିବେ। ଏହି ଆବେଦନ ତାରିଖ ମାତ୍ର କମ୍ ସମୟ ପାଇଁ ରହିଛି। ଯଦି ଚାକିରି କରିବା ପାଇଁ ଆପଣ ଆଶାୟୀ ଅଛନ୍ତି ତାହାଲେ ତୁରନ୍ତ ଆବେଦନ କରନ୍ତୁ।
ଶେଷ ତାରିଖ କେବେ: ତେବେ ଏହି ଚାକିରି ପାଇଁ ଫେବୃଆରୀ ୦୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଏହାର ଶେଷ ତାରିଖ ୨୩ ଫେବୃଆରୀ ପର୍ଯ୍ୟନ୍ତ ରହିଛି। ତେଣୁ ଅନଲାଇନରେ ଆବେଦନ କରିବାକୁ ହେଲେ ତାଙ୍କ ଅଫିସିଆଲ ଓ୍ୱେବ ସାଇଡରେ ଯାଇ ତୁରନ୍ତ ଆବେଦନ କରନ୍ତୁ।
କେତେ ପଦବୀ ଖାଲି ରହିଛି: IOCL ପକ୍ଷରୁ ବାହାରିଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି କି, ଏହି ଚାକିରି ପାଅଁ ଜୁନିଅର ଅପରେଟେଡ ଗ୍ରେଡ ୧ ପାଇଁ ଖାଲି ରହିଛି ୨୧୫ଟି ପୋଷ୍ଟ।
ସେହିପରି ଜୁନିଅର ଆଟେଣ୍ଡାଣ୍ଟ ଗ୍ରେଡ୍ ୧ ପାଇଁ ୨୩ଟି ପୋଷ୍ଟ୍, ଜୁନିଅର ବିଜନେସ୍ ଆସିଷ୍ଟାଣ୍ଟ ଗ୍ରେଡ୍ III ପାଇଁ ୮ଟି ପୋଷ୍ଟ। ଯାହାକି ସମୁଦାୟ ୨୪୬ଟି ପୋଷ୍ଟ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
କ’ଣ ରହିଛି ଯୋଗ୍ୟତା: ଜୁନିଅର ଅପରେଟେଡ ଗ୍ରେଡ ୧ ପାଇଁ ଯୋଗ୍ୟତା ରହିଛି ଦଶମ ପାସ୍ ସହ ITI କରିଥିବା ଜରୁରୀ। ଜୁନିଅର ଆଟେଣ୍ଡାଣ୍ଟ ଗ୍ରେଡ୍ ୧ ପାଇଁ ITI ନକରିଥିଲେ ବି କରିପାରିବେ ଚାକିରି। କିନ୍ତୁ +2 କରିଥିବା ଜରୁରୀ ତା ପୁଣି ୪୦% ମାର୍କ ରଖି ପାସ୍ କରିଥିବେ।
ସେହିପରି ଜୁନିଅର ବିଜିନେସ୍ ଆସିଷ୍ଟାଣ୍ଟ ଗ୍ରେଡ୍ III ପାଇଁ ଯେକୌଣସି ଅନୁଷ୍ଠାନରୁ ୪୫ ପ୍ରତିଶତ ମାର୍କ ସହିତ ସ୍ନାତକ ଡିଗ୍ରୀ ଓ ପ୍ରତି ମିନିଟ୍ରେ ୨୦ ଶବ୍ଦ ଟାଇପିଂ ସ୍ପିଡ୍ ଥିବା ଜରୁରୀ।
ବୟସ ସୀମା: ଏଥିପାଇଁ ୩୧ ଜାନୁଆରୀ ୨୦୨୫ ସୁଦ୍ଧା ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ହୋଇଥିବା ସହ ସର୍ବାଧିକ ବୟସ ୨୬ ବର୍ଷ ହୋଇଥିବା ଜରୁରୀ। ଏହି ଚାକିରି ପାଇଁ ଆବେଦନ କରିବାକୁ ହେଲେ ଆପଣ ଯଦି ସାଧାରଣ ବର୍ଗର ହୋଇଥିବେ ତେବେ ୩୦୦ ଟଙ୍କା ଦେବାକୁ ପଡିବ।
ନହେଲେ ଅନ୍ୟ କୌଣସି ବର୍ଗର ଲୋକଙ୍କ ପାଇଁ କୌଣସି ଆବେଦନ ରାଶି ଦେବାକୁ ପଡ଼ିବ ନାହିଁ। ଆପଣ ଫର୍ମ ଫିଲଅପ କରିସାରିବା ପରେ କମ୍ପ୍ୟୁଟର ବେସିକରେ ଏକ ପରୀକ୍ଷା ଦେବେ। ଏହାଛଡା ଶାରୀରିକ ଟେଷ୍ଟ ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ମଧ୍ୟ କରାଯିବ।