Job ଖୋଜୁଥିଲେ ଖୁସି ଖବର, ଏଇଠି ନିଶ୍ଚୟ ମିଳିବ ଚାକିରି: କିପରି କରିବେ ଆବେଦନ? ଜାଣନ୍ତୁ ନିୟମ

ଓଡ଼ିଶା ଭାସ୍କର: ଚାକିରି ସନ୍ଧାନରେ ରହିଥିବା ଯୁବପିଢୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆସନ୍ତା ୬ ତାରିଖରେ ସୁନିଶ୍ଚିତ ଚାକିରି ପାଇବେ ଯୁବକ-ଯୁବତୀ । ୩୦-୩୫ଟି କମ୍ପାନୀରେ ନିଶ୍ଚିତ ଭାବରେ ଚାକିରି ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ରୋଜଗାର ମେଳା ଜରିଆରେ ଶହ ଶହ ଯୁବକ-ଯୁବତୀଙ୍କୁ ଚାକିରି ଦେବା ପାଇଁ ବ୍ୟବସ୍ଥା କରାଯାଉଛି । ୨୦୨୩-୨୪ରେ ପାସ୍ ଆଉଟ ଛାତ୍ରଛାତ୍ରୀମାନଙ୍କୁ ପ୍ଲେସମେଣ୍ଟ ପାଇଁ ୬ ତାରିଖରେ ରୋଜଗାର ମେଳା ଆୟୋଜନ ହେବାକୁ ଯାଉଛି । ଏଥିରେ ଶହ ଶହ ପିଲାଙ୍କୁ ରୋଜଗାରର ନୂଆ ରାସ୍ତା ମିଳିପାରିବ ।

ଆସନ୍ତା ୬ ତାରିଖରେ ହରିୟାଣାରେ ଅନୁ୍େଠିତ ହେବାକୁ ଯାଉଛି ଏହି ରୋଜଗାର ମେଳା । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପରିଯୋଜନା ସଂଯୋଜକ ସମଗ୍ର ଶିକ୍ଷା ପରମଜୀତ ଚହଲ ଏ ନେଇ ଏକ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ହରିୟାଣା ସ୍କୁଲ ଶିକ୍ଷା ପରିଷଦ, ପଞ୍ଚକୁଳା ତରଫରୁ ନେସନାଲ ସ୍କିଲ କ୍ୱାଲିଫିକେସନ ଫ୍ରେମୱର୍କ ଅଧୀନରେ ଏହି ରୋଜଗାର ମେଳାର ଆୟୋଜନ ହେବ । ୨୦୨୩-୨୪ ଶିକ୍ଷାବର୍ଷରେ ପାସ୍ ଅରାଉଟ ହୋଇଥିବା ଛାତ୍ରଛାତ୍ରୀ ପ୍ଲେସମେଣ୍ଟ ପାଇଁ ଡାଇଟ ମାଲ ନୁହଁରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ । ଅତିରିକ୍ତ ଡେପୁଟି କମିଶନର ପ୍ରଦୀପ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜନ ହେବାକୁ ଥିବା ଏହି ମେଳାରେ ପ୍ରାୟ ୩୦-୩୫ କମ୍ପାନୀ ସାମିଲ ହେବେ ।

କମ୍ପାନୀ ଗୁଡ଼ିକର ପ୍ରତିନିଧି ସାକ୍ଷାତକାର ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ପୂରଣ କରିବା ପରେ ଭୋକେସନାଲ କୋର୍ସରୁ ପାସ୍ ଆଉଟ ଛାତ୍ରଛାତ୍ରୀମାନଙ୍କୁ ଚୟନ କରିବେ । ହରିୟାଣାର ଏହି ଜବ୍ ଫେୟାରରେ ଛାତ୍ରଛାତ୍ରୀ ସିଧାସଳଖ ଭାବରେ ମେଳାରେ ପହଞ୍ଚି ପଞ୍ଜୀକରଣ କରିପାରିବେ । ମେଳାରେ ସାମିଲ ହୋଇଥିବା କମ୍ପାନୀ ନିଜ ସୁବିଧା ଏବଂ ଖାଲି ପଦବୀ ସଂଖ୍ୟା ଅନୁସାରେ, ପ୍ରାର୍ଥୀମାନଙ୍କ ଇଣ୍ଟରଭ୍ୟୁ ପ୍ରକ୍ରିୟା ଜାରି ରଖିବେ । ଏହି ସମୟରେ ପ୍ରାର୍ଥୀମାନଙ୍କୁ ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ଧୀୟ ସମସ୍ତ ଡକ୍ୟୁମେଣ୍ଟସ ଆଣିବା ଜରୁରୀ । ଚୟନ ପରେ ପ୍ରାର୍ଥୀମାନଙ୍କୁ ଦରମା ଏବଂ କମ୍ପାନୀରେ ସେମାନଙ୍କ କାର୍ଯ୍ୟ ସମ୍ବନ୍ଧରେ ମଧ୍ୟ ଅବଗତ କରାଇ ଦିଆଯିବ ।