fbpx

ଓଡ଼ିଆ କ୍ରିକେଟ ପ୍ରେମୀଙ୍କ ପାଇଁ Good News: ବାରବାଟୀ ଷ୍ଟାଡିୟମରେ ପୁଣି ଖେଳାଯିବ ଟି-୨୦ ଟୁର୍ଣ୍ଣାମେଣ୍ଟ

କଟକ: ପୁଣିଥରେ କଟକର ବାରବାଟୀ ଷ୍ଟାଡିୟମକୁ ଫେରୁଛି ଟି-୨୦ ଟୁର୍ଣ୍ଣାମେଣ୍ଟ । ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ଏଠାରେ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ୮ଟି ଟିମ୍ ସହ ଦୁଇଟି ଗୃପରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ବାରବାଟୀ ଷ୍ଟାଡିୟମର ନିର୍ମାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭୈରବ ଚନ୍ଦ୍ର ମହାନ୍ତିଙ୍କ ନାଁରେ ଏହି ଟୁର୍ଣ୍ଣାମେଣ୍ଟକୁ ନାମିତ କରାଯାଇଛି । ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟର ନାଁ ରହିଛି ବିସି ମେମୋରିଆଲ ଟୁର୍ଣ୍ଣାମେଣ୍ଟ ।

ସୂଚନା ଅନୁସାରେ, ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ଏହି ବିସି ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଥିବା ବେଳେ ୨୨ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ସାମିଲ ହେବେ । ଆସାମ, କେରଳ, ହିମାଚଳ ପ୍ରଦେଶ, ହାଇଦ୍ରାବାଦ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଓଡ଼ିଶା-ଏ ଓ ଓଡ଼ିଶା-ବି କୁ ନେଇ ଦୁଇଟି ଗ୍ରୁପ ପ୍ରସ୍ତୁତ କରାଯିବ । ତେବେ ଟୁର୍ଣ୍ଣାମେଣ୍ଟରେ ଆଇପିଏଲର ଯୁବ ତାରକା ରିୟାନ ପରାଗ, ରିଶି ଧୱନ, ସଚିନ୍ ବେବି, ଶେହବାଜ ନଦୀମ ପ୍ରମୁଖ ଖେଳାଳିଙ୍କ ଜଲୱା ଦେଖିବାକୁ ମିଳିବ ।

ତେବେ କ୍ରିକେଟ ପ୍ରେମୀମାନଙ୍କ ପାଇଁ ଟିକେଟ ଖର୍ଚ୍ଚ ଛାଡ଼ କରାଯାଇଛି । ମାଗଣାରେ ଷ୍ଟାଡିୟମରୁ ଖେଳ ଦେଖିବା ସହିତ କୋଡ୍ସ ଆପରେ ମଧ୍ୟ ଏହାର ସିଧାପ୍ରସାରଣ ଦେଖିପାରିବେ ଦର୍ଶକ । ତେବେ ବାରବାଟୀରେ ଆନ୍ତଃରାଜ୍ୟ କ୍ରିକେଟର ପ୍ରତ୍ୟାବର୍ତ୍ତନ ପରେ ପୁଣିଥରେ ଅନ୍ତରାଷ୍ଟ୍ରୀୟ ମ୍ୟାଚର କମବ୍ୟାକକୁ ଅପେକ୍ଷା କରିଛନ୍ତି ଓଡ଼ିଆ କ୍ରିକେଟ ପ୍ରେମୀ । ଏ ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

Get real time updates directly on you device, subscribe now.