fbpx

ସାହାରା ନିବେଶକଙ୍କ ପାଇଁ ଖୁସି ଖବର, ଟଙ୍କା ଫେରାଇବା ପାଇଁ ଏହି କାମ କାରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାହାରାର ଲକ୍ଷ ଲକ୍ଷ ଛୋଟ ନିବେଶକଙ୍କ ପାଇଁ ଖୁସି ଖବର। ଆଗାମୀ ଦିନରେ ସେମାନଙ୍କ ଟଙ୍କା ମିଳିବ ବୋଲି ଆଶା କରାଯାଉଛି। ସୁପ୍ରିମକୋର୍ଟ ଆଜି କହିଛନ୍ତି ଯେ, ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ସେବି-ସାହାରା ରିଫଣ୍ଡ ଖାତାରେ ପାଖାପାଖି ୧୦ ହଜାର କୋଟି ଟଙ୍କା ଜମା କରିବା ପାଇଁ ସାହାରା ଗ୍ରୁପକୁ ନିଜ ସଂପତ୍ତି ବିକ୍ରି କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ୧ ଅଗଷ୍ଟ, ୨୦୧୨ରେ ନିର୍ଦ୍ଦେଶ ଦେଇଥିଲେ ଯେ, ସାହାରା ଗ୍ରୁପର କମ୍ପାନୀଗୁଡିକ ଏସଆଇଆଏଇସିଏଲ ଏବଂ ଏସଏଚଆଇସିଏଲ ନିବେଶକମାନଙ୍କୁ ଜମା କରାଯାଇଥିବା ରାଶିକୁ ୧୫ ପ୍ରତିଶତ ବାର୍ଷିକ ସୁଧ ସହ ସେବିକୁ ରିଟର୍ଣ୍ଣ କରିବ। ଏହି ସୁଧ ଜମା କରିବାର ତାରିଖଠାରୁ ପରିଶୋଧ କରିବାର ତାରିଖ ପର୍ଯ୍ୟନ୍ତ ପ୍ରଦାନ କରାଯିବ।

ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମଏମ ସୁନ୍ଦରେସ ଏବଂ ଜଷ୍ଟିସ ବେଲା ଏମ ତ୍ରିଭେଦୀଙ୍କ ପୀଠ ସାହାରା ଗ୍ରୁପ ପକ୍ଷରୁ ଜାରି ବରିଷ୍ଠ ଅଧିବକ୍ତା କପିଲ ସିବଲ କହିଛନ୍ତି ଯେ, କମ୍ପାନୀକୁ ନିଜ ସଂପତ୍ତିମାନ ବିକ୍ରିକୁ ଅନୁମତି ଦିଆଯାଇନାହିଁ। ଏହି ପୀଠ କହିଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୫ ହଜାର କୋଟି ଟଙ୍କାରେ ବାକି ୧୦,୦୦୦ କୋଟି ଟଙ୍କା ଜମା କରିବା ପାଇଁ ସାହାରା ଗ୍ରୁପ ଉପରେ ନିଜ ସଂପତ୍ତିମାନ ବିକ୍ରି ପାଇଁ କୌଣସି ପ୍ରତିବନ୍ଧକ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ସଂପତ୍ତିଗୁଡିକ ସର୍କଲ ହାରଠାରୁ କମ୍ ମୂଲ୍ୟରେ ବିକ୍ରୟ କରାଯିବା ଉଚିତ ନୁହେଁ। ଏହାକୁ ସର୍କଲ ହାରଠାରୁ କମ ମୂଲ୍ୟରେ ବିକ୍ରି କରିବା କ୍ଷେତ୍ରରେ କୋର୍ଟଙ୍କ ପୂର୍ବ ଅନୁମତି ନେବାକୁ ପଡିବ।

Get real time updates directly on you device, subscribe now.