fbpx

ଗୁଗଲ ଦେଲା ଗୁଡ୍ ନ୍ୟୁଜ୍‌, ସମସ୍ତ ୟୁଜର୍ସଙ୍କୁ ଏହି ତାରିଖରୁ AI ଟୁଲ୍ସ ସହ ମିଳିବ ଏହି ବିଶେଷ ସୁବିଧା

ନୂଆଦିଲ୍ଲୀ: ଗୁଗଲର କୋଟି କୋଟି ୟୁଜର୍ସଙ୍କ ଲାଗି ଆସିଛି ବଡ ଖୁସି ଖବର । ଗୁଗଲ କହିଛି ମେ’ ୧୫ ତାରିଖରୁ ଗୁଗଲ ଫଟୋସ୍ ଏହାର ସମସ୍ତ ୟୁଜର୍ସଙ୍କ ଲାଗି ମ୍ୟାଜିକ୍ ଏଡିଟର ଓ ମ୍ୟାଜିକ୍ ଇରେଜର ସହିତ AI ପାୱାରଡ୍ ଏଡିଟିଂ ଟୁଲ୍ ପ୍ରୋଭାଇଡ୍ କରିବ । ଏହି ପଦକ୍ଷେପ ସେହି ସମୟରେ ନିଆଯାଇଛି ଯେତେବେଳେ ସାରା ବିଶ୍ୱରେ ୟୁଜର୍ସ ନିଜର ଦୈନନ୍ଦିିନ ଜୀବନରେ AI ଏଡିଟିଂ ଟୁଲ୍‌ର ଉପଯୋଗକୁ ବୃଦ୍ଧି କରିଛନ୍ତି । ଏହି ମ୍ୟାଜିକ୍ ଏଡିଟର ୟୁଜର୍ସଙ୍କୁ ବିଶେଷ ଏଡିଟିଂ ଦକ୍ଷତା ବିନା ଜଟିଳ ଫଟୋ ଏଡିଟିଂ କରିବାରେ ସକ୍ଷମ କରାଇବ ।

ଏହି ଫିଚର ଲୋକଙ୍କୁ କୌଣସି ଫଟୋର ସ୍ୱତନ୍ତ୍ର ଅଂଶକୁ ଏଡିଟ୍ କରିବାରେ ସାହାଯ୍ୟ କରିବା ଲାଗି ଜେନେରେଟିଭ୍ AI ସହିତ ଏଆଇ ଟେକନିକର ଉପଯୋଗ କରିଥାଏ ।
ଏହି ଫିଚର ପ୍ରଥମେ ମେ’ ୨୦୨୩ରେ GOOGLE I/O ରେ ପ୍ରଦାନ କରାଯାଇଥିଲା ଓ ଏହା ବର୍ତ୍ତମାନ pixel 8 ଓ pixel 8 pro ସ୍ମାର୍ଟଫୋନ୍ ପର୍ଯ୍ୟନ୍ତ ସୀମିତ ରହିଛି । କିନ୍ତୁ ଏବେ ଗୁଗଲର ଘୋଷଣା ସହିତ ଏହି ମେଜିକ୍ ଏଡିଟର ସମସ୍ତ ପିସ୍କେଲ ସ୍ମାର୍ଟଫୋନ୍‌ରେ ଉପଲବ୍ଧ ହେବ ।

ତେବେ ଏଥିପାଇଁ ୟୁଜର୍ସଙ୍କୁ google one ପ୍ଲାନ କିଣିବାକୁ ହେବ । ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ରେ ସମସ୍ତ ଗୁଗଲ ଫଟୋ ୟୁଜର୍ସଙ୍କୁ ପ୍ରତି ମାସରେ ୧୦ ମେଜିକ୍ ଏଡିଟର ମାଗଣାରେ ମିଳିବ । ଏହି ସୀମାର ଆଗକୁ ଲୋକଙ୍କୁ ପ୍ରିମିୟମ google one  ପ୍ଲାନ କିଣିବାକୁ ହେବ । ଗୁଗଲ ପକ୍ଷରୁ କୁହାଯାଇଛି କି ଏହି ଫିଚର ସେହି ଫୋନ୍‌ରେ ଉପଲବ୍ଧ ହେବ ଯେଉଁଥିରେ ଅତି କମ୍‌ରେ ୩ଜିବି ରାମ୍ ଓ android 8.0/iOS  15 ରହିଛି । ଏହି ଫିଚର ପିକ୍ସେଲ ଟାବଲେଟ୍ ୟୁଜର୍ସଙ୍କ ଲାଗି ମଧ୍ୟ ଉପଲବ୍ଧ ହେବ ।

Get real time updates directly on you device, subscribe now.