fbpx
BSKY SKY
BSKY SKY

‘PoK ଆମର ଥିଲା ଏବଂ ରହିବ, PM ମୋଦୀ ଥାଉ ଥାଉ ଗୋଟିଏ ଇଞ୍ଚ ମଧ୍ୟ ନେଇ ପାରିବନି ଚୀନ’, ପଡ଼ୋଶୀଙ୍କୁ ୱାର୍ଣ୍ଣିଂ ଦେଲେ ରକ୍ଷା ମନ୍ତ୍ରୀ

BSKY

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନର ପରିବେଶ ରହିଛି ଏବଂ ଏହି ସମୟରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପଡୋଶୀ ଦେଶ ଚୀନ ଏବଂ ପାକିସ୍ତାନକୁ ନେଇ କହିଛନ୍ତି ଯେ, ଭାରତ ଉପରେ ଖରାପ ଦୃଷ୍ଟି ରଖୁଥିବା ଦେଶକୁ କଡ଼ା ଜବାବ ଦିଆଯିବ । ସେ ଚୀନକୁ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାରେ ରହିବା ସମୟରେ ଦେଶର ଭୂମିରୁ ଗୋଟିଏ ଇଞ୍ଚ ମଧ୍ୟ କେହି କବଜା କରିପାରିବେ ନାହିଁ । ସେହିଭଳି ପାକିସ୍ତାନକୁ ରକ୍ଷା ମନ୍ତ୍ରୀ ଟାର୍ଗେଟ କରି କହିଛନ୍ତି ଯେ, ପାକିସ୍ତାନକୁ ଆତଙ୍କବାଦର ପରିଣାମ ଭୋଗିବାକୁ ପଡ଼ିବ ।

ରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଜୀବନରେ ସାଂଗ ବଦଳିପାରିବେ ହେଲେ ପଡ଼ୋଶୀ ନୁହଁନ୍ତି । ପିଓକେ ଆମର ଥିଲା ଏବଂ ଆମର ହିଁ ରହିବ । ଯଦି ପାକିସ୍ତାନକୁ ଲାଗୁଛି ଆତଙ୍କବାଦକୁ କାବୁ କରିବାକୁ ଅସମର୍ଥ, ତେବେ ଭାରତ ସହଯୋଗ କରିବାକୁ ପ୍ରସ୍ତୁତ ଅଛି । ପାକିସ୍ତାନକୁ ଆତଙ୍କବାଦର ପରିଣାମ ଭୋଗିବାକୁ ପଡିବ ।

ଏହା ପୂର୍ବରୁ ବୁଧବାର ଦିନ ରାଜନାଥ ସିଂହ ସମ୍ଭଲରେ ଏକ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ, ଏହି ସମୟ ଦେଶ ସୁରକ୍ଷା କଡିରେ ଅଛି ଏବଂ ଦେଶର ଜନତାକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଜାମ୍ମୁ-କାଶ୍ମୀରରେ ଆର୍ଟିକିଲ ୩୭୦କୁ ହଟାଇଛି ସେଠାରେ ବିଚ୍ଛିନ୍ନତାବାଦ କିମ୍ବା ପଥର ଫିଙ୍ଗିବା ଭଳି ପରିସ୍ଥିତି ଦେଖାଯାଉନି । ବରଂ କାଶ୍ମୀର ଶାନ୍ତିରେ ଅଛି । ଏହା ମଧ୍ୟ ସମ୍ଭବ ଯେ, ପିଓକେର ଲୋକ ମଧ୍ୟ କହି ନ ଦିଅନ୍ତୁ ଯେ, ଆମକୁ ମଧ୍ୟ କାଶ୍ମୀରର ଅଂଶ କରିଦିଅ ।’

Get real time updates directly on you device, subscribe now.