ଖୁସି ଖବର, ଶସ୍ତା ହୋଇଗଲା ପେଟ୍ରୋଲ: ଭାରତରେ କେତେ ଟଙ୍କାରେ ମିଳିବ ତେଲ?

ନୂଆଦିଲ୍ଲୀ: ସାରା ଦୁନିଆରେ ପେଟ୍ରୋଲ ଦର ହ୍ରାସ ପାଇଛି । ଅଶୋଧିତ ତୈଳଦର ତଳକୁ ଖସିବା ସହ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ଏଣିକି କମ୍ ଦାମରେ ପେଟ୍ରୋଲ ପାଇପାରିବେ ଗ୍ରାହକ । ଦୀର୍ଘ ଦିନରୁ ପେଟ୍ରୋଲ ଦର ସ୍ଥିର ରହିଥିବା ବେଳେ ଆଜି ଏଥିରେ ହ୍ରାସ ରେକର୍ଡ କରାଯାଇଛି । ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପୁଣି ହ୍ରାସ ଘଟିଛି ଏବଂ Brent Crude Oil ମୂଲ୍ୟ ପ୍ରାୟ ୭୦ ଡଲାର ପାଖରେ ପହଞ୍ଚିଛି। ସେହିପରି ଡବ୍ଲୁଟିଆଇ କ୍ରୁଡ ମଧ୍ୟ ୭୦ ଡଲାରରୁ କମ୍ ରେକର୍ଡ କରାଯାଇଛି । ଭାରତ ଅପେକ୍ଷା ନେପାଳରେ ପେଟ୍ରୋଲ ଦର କମ୍ ରହିଥିବା ବେଳେ ବିଶ୍ୱର ବିଭିନ୍ନ ଦେଶରେ ମୂଲ୍ୟହ୍ରାସ ଦେଖାଯାଇଛି ।

ରିପୋର୍ଟ ଅନୁସାରେ, ଭାରତରେ ପେଟ୍ରୋଲ ଦର ପ୍ରାୟ ୧୦୦.୯୭ ପ୍ରତି ଲିଟର ରହିଛି । ତେବେ ପାକିସ୍ତାନରେ ଭାରତ ଅପେକ୍ଷା ୨୬ ଟଙ୍କା ଶସ୍ତା,୭୪.୭୫ରେ ବିକ୍ରି ହେଉଛି ପେଟ୍ରୋଲ । ତେବେ ନେପାଳରେ ଭାରତ ଅପେକ୍ଷା କମ୍ ଦାମରେ ପେଟ୍ରୋଲ ପାଉଛନ୍ତି ଗାଡ଼ି ଚାଳକ । ନେପାଳରେ ପେଟ୍ରୋଲ ଦର ୯୮.୭୫ ଟଙ୍କା ରହିଥିବା ବେଳେ ଚୀନରେ ଏହି ମୂଲ୍ୟ ୯୪.୯୬ ଟଙ୍କା ରହିଛି । ସେହିପରି ବାଂଲାଦେଶରେ ପେଟ୍ରୋଲ ଲିଟର ପିଛା ୮୫.୦୯ ଟଙ୍କା ରହିଥିବା ବେଳେ ଭାରତ ଅପେକ୍ଷା ପ୍ରାୟ ୧୫ ଟଙ୍କା ଶସ୍ତାରେ ବିକ୍ରି ହେଉଛି । ମିଆଁମାରରେ ପେଟ୍ରୋଲ ରେଟ୍ ୮୩.୭୦ ଟଙ୍କା ରହିଥିବା ବେଳେ ଭୂଟାନରେ ଭାରତ ଅପେକ୍ଷା ୩୭ ଟଙ୍କା ଶସ୍ତା ପେଟ୍ରୋଲ ଉପଲବ୍ଧ ରହିଛି । ତେବେ ଶ୍ରୀଲଙ୍କାରେ ପେଟ୍ରୋଲ ଦର(୧୦୮.୦୬ ଟଙ୍କା) ଭାରତ ଅପେକ୍ଷା ଅଧିକ ରହିଛି ।

ତେବେ ବିଭିନ୍ନ ଦେଶରେ ପେଟ୍ରୋଲ ଦର ହ୍ରାସ ପାଇଥିବା ବେଳେ ଭାରତରେ ଏହା ସ୍ଥିର ରହିଛି । ଦେଶର ଅଏଲ ମାର୍କେଟିଙ୍ଗ କମ୍ପାନୀ ଏପ୍ରିଲ ପରେ ପେଟ୍ରୋଲ-ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି । ତେବେ ଆଣ୍ଡାମାନ-ନିକୋବର ଦେଶର ସବୁଠାରୁ ଶସ୍ତା ପେଟ୍ରୋଲ ଏବଂ ଇନ୍ଧନ ବିକ୍ରି କରୁଥିବା କେନ୍ଦ୍ରଶାସିତ ଅଞ୍ଚଳ ପାଲଟିଛି । ଆଣ୍ଡାମାନ ନିକୋବରର ପୋର୍ଟ ବ୍ଲେୟରରେ ପେଟ୍ରୋଲ ୮୨.୪୨ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । ସେହିପରି ଏଠାରେ ଡିଜେଲ ମୂଲ୍ୟ ମଧ୍ୟ ୭୮.୦୧ ଟଙ୍କା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.