fbpx

ଖୁସି ଖବର, ଚାଷୀଙ୍କ ନାଁରେ ମୋଦୀ ୩.୦ର ପ୍ରଥମ ଦସ୍ତଖତ: କୃଷକଙ୍କୁ ମିଳିବ ୨୦ ହଜାର କୋଟି

ନୂଆଦିଲ୍ଲୀ: ଶପଥ ଗ୍ରହଣ ପରେ ଆଜି ପିଏମଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ କାର୍ଯ୍ୟକାଳର ପ୍ରଥମ ଦିନରେ ସେ କୃଷି ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ପିଏମଓରେ ପହଞ୍ଚିବା ପରେ ତାଙ୍କର ପ୍ରଥମ ଦସ୍ତଖତ ଚାଷୀଙ୍କ ପାଇଁ ଉତ୍ସର୍ଗ ହୋଇଛି । ଚାଷୀଙ୍କ ଫାଇଲରେ ମୋଦୀ ୩.୦ର ପ୍ରଥମ ଦସ୍ତଖତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପିଏମ କିଷାନ ନିଧି ଫାଇଲରେ ମୋଦୀ ଏହି ଦସ୍ତଖତ କରିଛନ୍ତି । କାର୍ଯ୍ୟଭାର ସମ୍ଭାଳିବା ପରେ ପ୍ରଥମ ଫାଇଲ ଭାବରେ ଚାଷୀଙ୍କ ଫାଇଲ ହିଁ ପାସ୍ କରାଯାଇଛି । ପିଏମ କିଷାନ୍ ନିଧିରେ ଅର୍ଥ ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ଅର୍ଥରାଶି ଦିଆଯିବା ନେଇ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନା ଅଧୀନରେ ଦେଶର ମୋଟ ୯ କୋଟି ୩୦ ଲକ୍ଷ ଚାଷୀ ଉପକୃତ ହୋଇପାରିବେ ।

Get real time updates directly on you device, subscribe now.