fbpx

(Video) ନୂଆ AI ମଡେଲ Gemini 1.5 କୁ ଲଞ୍ଚ କଲା Google, ଏବେ ସହଜ ହେବ କଠିନ କାମ, ଭାରତରେ ମଧ୍ୟ ଆରମ୍ଭ ହେଲା ସର୍ଭିସ

ନୂଆଦିଲ୍ଲୀ: ଗୁଗୁଲ ୟୁଜର୍ସଙ୍କ ପାଇଁ ଜେମିନୀ ଆଡଭାନ୍ସକୁ ଲଞ୍ଚ କରିଥିଲା । ବର୍ତ୍ତମାନ ପରବର୍ତ୍ତୀ ଜେନେରେସନର ଏଆଇ ମଡେଲ..ର ଘୋଷଣା କରିଛନ୍ତି । କମ୍ପାନୀ କହିବା ଅନୁଯାୟୀ, ଜେମିନୀର ନୂଆ ଏବଂ ଲାଟେଷ୍ଟ ଭର୍ଜନ ପରଫମାନ୍ସର ମାମଲାରେ ବହୁ ଆଗରେ ଅଛି । କମ୍ପାନୀ ମୁତାବକ ଜେମିନୀ ୧.୫ ଭର୍ଜନ କୋଡିଙ୍ଗର ଲମ୍ବା ସେସନ୍ସ, ଟେସ୍କଟ ସମରୀ, ଇମେଜ ପରି ବହୁ ଜିନିଷର କାମକୁ ଅତି ସଂପୂର୍ଣ୍ଣ ଭାବେ କରିବାକୁ ସକ୍ଷମ ଅଟେ । ଜେମିନୀ ୧.୫ ଏକ ମାଧ୍ୟମ ଆକାରର ମଲ୍ଟିମଡେଲ ମାଡେଲ ଅଟେ, ଯାହା ଜେମିନୀ ୧.୦ ପ୍ରୋ ଏବଂ ଜେମିନୀ ୧.୦ ଅଲ୍ଟ୍ରା ମଧ୍ୟରେ ରହୁଛି ।

ଗୁଗୁଲର ଜେମିନୀ ୧.୫ ଏକ ନୂଆ ମିକ୍ସଚର-ଅଫ-ଏକ୍ସପର୍ଟସ ଅର୍କିଟେକଚର ଲଞ୍ଚ କରିଛି । ଯାହା ଏଆଇ ମଡେଲକୁ ଅଧିକ ସକ୍ଷମ କରିଥାଏ । ଏହାକୁ ସହଜ ଶବ୍ଦରେ ବୁଝିବାକୁ ଗଲେ ଗୁଗୁଲ ବହୁତ କଠିନ କାମକୁ ସହଜରେ କରିଥାଏ, ବହୁ ସମୟ ପର୍ଯ୍ୟନ୍ତ କୋଡିଙ୍ଗ, ଇମେଜ ପ୍ରୋସେସିଙ୍ଗ ପରି ବହୁ କଠିନ କାମକୁ କରିବା ପାଇଁ ଡିଜାଇନ ଟ୍ରେଣ୍ଡ କରିଛି ।

ଗୁଗୁଲ କହିବା ଅନୁଯାୟୀ, ଜେମିନୀ ୧.୫ ପ୍ରୋ ୧ ମିଲିୟନ ଟୋକନ ପର୍ଯ୍ୟନ୍ତ ସମ୍ଭାଳି ପାରିବ । ଏହି କାରଣରୁ ଏହି ନୂଆ ମଡେଲ ନିଜ ପୁରୁଣା ଭର୍ଜନର ତୁଳନାରେ ନିଜ ମେମୋରୀରେ ଅଧିକ ଜିନିଷ ଯଦି ମନେରିପାରିବ । କମ୍ପାନୀ ମୁତାବକ ଜେମିନୀ ୧.୫ ପ୍ରୋ ପାଖାପାଖି ଜେମିନୀ ୧.୦ ଅଲ୍ଟ୍ରା ପ୍ରାୟ ଭଲ ।

ଏହି ନୂଆ ମଡେଲ ପ୍ରମୁଖ ଅପଡେଟରେ ଏକ ପରିଷ୍କୃତ ସୁରକ୍ଷା ନିୟମ ଅଟେ । ଗୁଗୁଲ କହିଛି ଯେ, ସେ ପାଓ୍ବାରଫୁଲ ଏଆଇ ମଡେଲ ସହ ଜଡିତ ରିସ୍କ ଉପରେ ମଧ୍ୟ ଲଗାତାର ଧ୍ୟାନ ଦେଉଛି ଏବଂ ଏଥିପାଇଁ ସମ୍ଭାବିତ କ୍ଷତିକୁ ରୋକିବା ପାଇଁ ନୂଆ ଫିଲ୍ଟର ଲଞ୍ଚ କରିଛନ୍ତି ।

ଗୁଗୁଲର ସିଇଓ ସୁନ୍ଦର ପିଚାଇ ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟ ମାଧ୍ୟମରେ ଜେମିନୀ ୧.୫ର ଘୋଷଣା କରିଛନ୍ତି । ସେ ନିଜ ପୋଷ୍ଟରେ ଉପରେ ଦିଆଯାଇଥିବା ସମସ୍ତ ଫିଚର୍ସ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଡିସେମ୍ବରରେ ଅମେ ଜେମିନୀ ୧.୦ ପ୍ରୋକୁ ଲଞ୍ଚ କରୁଛି ।

Get real time updates directly on you device, subscribe now.