fbpx

ଗୁଗଲ ଆଣିଲା କମାଲ ଫିଚର, ଏବେ ଆପଣ ଯେପରି ଚାହିଁବେ ସେପରି ଫଟୋ ତିଆରି କରିପାରିବେ

ନୂଆଦିଲ୍ଲୀ: ଚାଟ୍‌ଜିପିଟିକୁ ଟକ୍କର ଦେବାକୁ ଗୁଗଲ ବାର୍ଡ ଲଗାତର ଚେଷ୍ଟା କରୁଛି । ଏଥିପାଇଁ କମ୍ପାନୀ ନିଜ ପ୍ଲାଟଫର୍ମରେ ନୂଆ ଫିଚର ଯୋଡିଛି । ଏହି ଫିଚର ସହାୟତାରେ ୟୁଜର ଇମେଜ୍ କ୍ରିଏଟ୍ କରିପାରିବେ । ଏପରି ତ ଇମେଜ୍ କ୍ରିଏଟ୍ କରିବାର ଫିଚର OpenAIର Dall- E ରେ ବି ମିଳିଥାଏ ।

ଏବେ ଗୁଗଲ ବାର୍ଡରେ ଇମେଜ୍ କ୍ରିଏସନର ଫିଚର ଯୋଡି ଦିଆଯାଇଛି । ଏହା ସାହାଯ୍ୟରେ ୟୁଜର ଟେକ୍ସଟ୍ ସହାୟତାରେ କୌଣସି ଫଟୋକୁ କ୍ରିଏଟ୍ କରିପାରିବେ । ଯଦି ଆପଣ ଗୁଗଲ ବାର୍ଡ ବ୍ୟବହାର କରୁଛନ୍ତି ତେବେ ବହୁ ସହଜରେ ବାର୍ଡକୁ ଏ ଦିଗରେ ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଇମେଜ୍ ଜେନେରେସନର କମାଣ୍ଡ ଦେବାକୁ ହେବ ।
ପ୍ରଥମେ ଆପଣ ଗୁଗଲ ବାର୍ଡ ଓପନ କରନ୍ତୁ । ଏଠାରେ ଆପଣ ନିଜ ଆକାଉଣ୍ଟ ଲଗ୍ ଇନ୍ କରନ୍ତୁ । ଏହାପରେ ଆପଣ ଗୁଗଲ ବାର୍ଡ ପେଜ୍‌ରେ ପହଞ୍ଚିଯିବେ । ଏଠାରୁ ଆପଣ ବିଭିନ୍ନ ପ୍ରଶ୍ନର ଉତ୍ତର ପାଇପାରିବେ । ଗୁଗଲ ଏଥିରେ ଇମେଜ୍ କ୍ରିଏସନର ନୂଆ ଫିଚର ଯୋଡିଛି ।

ଫଟୋ କ୍ରିଏଟ୍ କରିବା ପାଇଁ ଆପଣଙ୍କୁ Generate Imageର ଅପ୍ସନ ବ୍ୟବହାର କରିବାକୁ ହେବ । ଏହାପରେ ଆପଣ ସେହି କମାଣ୍ଡ ଦେବେ ଯାହାର ଫଟୋ କ୍ରିଏଟ୍ କରିବାକୁ ଚାହୁଁଛନ୍ତି । କିନ୍ତୁ ଏହାର ବ୍ୟବହାର କରି ଆପଣ କୌଣସି ବ୍ୟକ୍ତିଙ୍କ ଫଟୋ ଏଡିଟ୍ କରିପାରିବେ ନାହିଁ ।

Get real time updates directly on you device, subscribe now.