fbpx
BSKY SKY
BSKY SKY

(Video) ଶତକବୀର ଶୁଭମନ: ଶତକ ସହ ଟେଷ୍ଟ କ୍ରିକେଟରେ ଫର୍ମକୁ ଫେରିଲେ ଗିଲ୍

BSKY

ନୂଆଦିଲ୍ଲୀ: ଅନେକ ସଂଘର୍ଷ ପରେ ଟେଷ୍ଟ କ୍ରିକେଟରେ ନିଜର ଦମ୍ ଦେଖାଇଛନ୍ତି ଶୁଭମନ ଗିଲ୍ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବିସ୍ଫୋରକ ଶତକ ହାସଲ କରି ଦଳରେ ନିଜ ସ୍ଥାନକୁ ସୁରକ୍ଷିତ ରଖିବାର ଆଶା ଉଜ୍ଜୀବିତ ରଖିଛନ୍ତି ଷ୍ଟାର ବ୍ୟାଟର । ତୃତୀୟ ଦିନରେ ଭାରତ ଲଗାତାର ୱିକେଟ ହରାଇବା ବେଳେ ଶୁଭମନ ଗୋଟିଏ ପକ୍ଷରେ ରହି ଏକ ଦମଦାର ଶତକ ହାସଲ କରିଛନ୍ତି । ଏହାସହ ନିଜ କ୍ୟାରିୟର ବଞ୍ଚାଇବା ସହ ଟେଷ୍ଟ ଇତିହାସରେ ନିଜର ତୃତୀୟ ଶତକ ହାସଲ କରିଛନ୍ତି ଶୁଭମନ ଗିଲ୍ ।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ନିଜ ଦମ୍ ଦେଖାଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଶୁଭମନ ଗିଲ । ଦୀର୍ଘ ସମୟ ପରେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିବା ସହ ଫର୍ମକୁ ଫେରିଛନ୍ତି ଶୁଭମନ । ଏହି ଶତକ ସହିତ ଶୁଭମନ ଟେଷ୍ଟ କ୍ରିକେଟରେ ନିଜର ତୃତୀୟ ଶତକ ହାସଲ କରିଥିବା ବେଳେ ୩ ନମ୍ବରରେ ବ୍ୟାଟିଂ କରି ପ୍ରଥମ ଶତକ ହାସଲ କରିଛନ୍ତି । ଓପନିଙ୍ଗ ଛାଡ଼ି ୩ ନମ୍ବରରେ ବ୍ୟାଟିଂ କରିବା ଦିନରୁ ଗିଲଙ୍କ ପ୍ରଦର୍ଶନ ଖୁବ ଖରାପ ରହିଥିଲା । ତେବେ ଆଜି ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରି ୩ ନମ୍ବରରେ ମଧ୍ୟ ନିଜକୁ ସେ ପ୍ରମାଣିତ କରିଛନ୍ତି ।

ରୋହିତ ଏବଂ ଜଏସ୍ୱାଲଙ୍କ ୱିକେଟ ହରାଇ ଭାରତ ସଂଘର୍ଷ କରୁଥିବା ବେଳେ ଶୁଭମନ ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ୧୨୯ ବଳରେ ଶତକ ହାସଲ କରିଥିବା ବେଳେ ଏଥିରେ ୧୧ଟି ଚୌକା ଏବଂ ୨ଟି ଛକା ସାମିଲ ରହିଛି । ତେବେ ୧୪୭ ବଲରେ ୧୦୪ ରନ୍ କରି ବ୍ୟାଟିଂ କରୁଥିବା ବେଳେ ସୋଏବ ବାସୀରଙ୍କ ବଲରେ ସେ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି ।

ତେବେ ଏହାସହିତ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି ଶୁଭମନ ଗିଲ୍ । ଦୀର୍ଘ ୭ ବର୍ଷ ପରେ ଘରୋଇ ମାଟିରେ କୌଣସି ବ୍ୟାଟର ୩ ନମ୍ବରରେ ଶତକ ହାସଲ କରିଛନ୍ତି । ଶେଷ ଥର ପାଇଁ ୨୦୧୭ ମସିହାରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଏହି କାରନାମା କରିଥିଲେ । ଏହାବ୍ୟତୀତ ସଚିନ୍ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ଏକ ସ୍ପେଶାଲ କ୍ଲବରେ ମଧ୍ୟ ସାମିଲ ହୋଇଛନ୍ତି ଶୁଭମନ ଗିଲ୍ । ୨୫ ବର୍ଷରୁ କମ୍ ବୟସରେ ୧୦ରୁ ଅଧିକ ଅନ୍ତରାଷ୍ଟ୍ରୀୟ ଶତକ ହାସଲ କରିବାରେ ଗିଲ୍ ତୃତୀୟ ଭାରତୀୟ ଖେଳାଳି ପାଲଟିଛନ୍ତି ।

Get real time updates directly on you device, subscribe now.