ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଖୁସି ଖବର । ଗୁଗୁଲ ଏଆଇ ସର୍ଚ ଟୁଲକୁ ଭାରତରେ ଲଞ୍ଚ କରିଛି । ଗୁଗୁଲ ଭାରତ ଏବଂ ଜାପାନରେ ନିଜ ୟୁଜର୍ସଙ୍କ ପାଇଁ ସର୍ଚ ଟୁଲରେ ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲାଗୁ କରିଛି ଯାହା ସମରୀ ସହିତ ପ୍ରମ୍ପଟରେ ଟେକସ୍ଟ ବା ଭିଜୁଆଲ ରେଜଲ୍ଟ ଦେଖାଇବ । ଏହି ଫିଚରକୁ ସର୍ଚ ଜେନେରେଟିଭ ଏକ୍ସପେରିଏନ୍ସ ମଧ୍ୟ କୁହାଯାଉଛି । କମ୍ପାନୀର କହିବା କଥା ହେଲା, ଏହି ଫିଚରକୁ କ୍ରୋମ ଟେକ୍ସଟପ ଏବଂ ଆଣ୍ଡ୍ରଏଡ ଏବଂ ଆଇଓଏସରେ ଗୁଗଲ ଆପର ଲାଟେଷ୍ଟ ଭର୍ଜନ ମାଧ୍ୟମରେ ବ୍ୟବହାର କରାଯିବ ।
ଏହି ଫିଚରକୁ କେବଳ ଆମେରିକାରେ ଲଞ୍ଚ କରାଯାଇଥିଲା । ବର୍ତ୍ତମାନ ଭାରତ ଏବଂ ଜାପାନର ୟୁଜର୍ସ ମଧ୍ୟ ଏହି ଟୁଲ ବ୍ୟବହାର କରିପାରିବେ । ଜାପାନୀ ବ୍ୟବହାରକାରୀ ଏହି ଫିଚରର ଉପଯୋଗ ନିଜ ସ୍ଥାନୀୟ ଭାଷାରେ କରିପାରିବେ । ଏହା ବ୍ୟତୀତ ଭାରତ କେବଳ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ବ୍ୟବହାର କରିପାରିବେ ।
ଆଜିଠାରୁ ଯେକୌଣସି ୟୁଜର୍ସ ଏହାକୁ ବ୍ୟବହାର କରିବା ପାଇଁ ଗୁଗୁଲ ଆପ ବା କ୍ରୋମ ଡେକ୍ସଟପର ଟପ-ଲେଫ୍ଟ କର୍ଣ୍ଣରେ ଲେସ୍ ଆଇକନ ଉପରେ ଟ୍ୟାପ କରିପାରିବେ । ଯେଉଁଲୋକେ ଏହାକୁ ଆପଣେଇବେ ସେମାନଙ୍କୁ ଏକ ନୂଆ ଇଣ୍ଟିଗ୍ରେଟେଡ ସର୍ଚ ରେଜଲ୍ଟ ପେଜ ଦେଖାଇବା ଆରମ୍ଭ କରିବ । ଯାହା ସର୍ଚ ରେଜଲ୍ଟର ଟପରେ ଏଆଇ-ଜେନେରେଟେଡ ସ୍ନାପସର୍ଟ ସହ ଦେଖାଇବ । ଏହି ସ୍ନାପସର୍ଟ ଗୋଟିଏ କ୍ଲିକ ଟପିକ ସମରୀ ଏବଂ ବିଷୟର ଗଭୀର ପର୍ଯ୍ୟନ୍ତ ଏଆଇ-ଜେନେରେଟେଡ ସ୍ନାପସର୍ଟ ସହିତ ଦେଖାଯିବ । ଏହା ଗୋଟିଏ କ୍ଲିକ ଟପିକ୍ ସମରୀ ଏବଂ ବିଷୟର ଗଭୀରକୁ ଯିବା ପାଇଁ ଲିଙ୍କ ମଧ୍ୟ ଦେଖାଇବ । ମେ’ ୨୦୨୩ରେ ପ୍ରଥମଥର ପାଇଁ ଏହାକୁ ଆମେରିକାରେ ଏବଂ ଏହାର ଗୋଟିଏ ସପ୍ତାହର ଆରମ୍ଭରେ ଜାପାନରେ ଲଞ୍ଚ କରିବା ପରେ ଏହା ଭାରତୀୟ ବଜାରରେ ଏହି ଫିଚର ରୋଲଆଉଟ କରାଯାଇଛି ।
ବ୍ୟବହାରକାରୀ ଏଥିରେ ଫଲୋଅପ ପ୍ରଶ୍ନ ମଧ୍ୟ ପଚାରିପାରିବେ । ବ୍ୟବହାରକାରୀ ନିଜେ ନିଜ ପସନ୍ଦର ବିଷୟ ଖୋଜିପାରିବେ । ଟ୍ରାଡିସନଲ ସର୍ଚ ରେଜଲ୍ଟ ପାଇଁ ତଳକୁ ସ୍କ୍ରଲ କରି ଦେଖିପାରିବେ । ଏହାରି ମଧ୍ୟରେ ସର୍ଚ ଆଣ୍ଡ ପୁରା ପେଜରେ ବୋଲ୍ଡ ବ୍ଲାକ ଟେକ୍ସଟରେ ସ୍ପନ୍ସର୍ଡ ଲେବଲ ସହିତ ଡେଡିକେଟେଡ ଆଡ ସ୍ଲଟରେ ଦେଖାଯିବ ।