fbpx

Google ବନ୍ଦ କରୁଛି ଏହି ବିଶେଷ ସେବା, ଡିସେମ୍ବର ୧ ସୁଦ୍ଧା ଶେଷ କରନ୍ତୁ ଏହି କାର୍ଯ୍ୟ ନଚେତ ଭୋଗିବେ ଅସୁବିଧା

Advertisement

ନୂଆଦିଲ୍ଲୀ: ଖୁବ ଶୀଘ୍ର ଗୁଗୁଲ ନିଜର ଏକ ସର୍ଭିସରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ଏଥିପାଇଁ ୟୁଜର୍ସଙ୍କୁ ଡିସେମ୍ବର ୧ ସୁଦ୍ଧା ନିଜ ଡାଟା ଡାଉନ୍‌ଲୋଡ୍ କରିବା ପାଇଁ ଡେଡଲାଇନ୍ ଦେଇଛି । ତେବେ ଏହି ପରିବର୍ତ୍ତନ ଦ୍ୱାରା ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ଅହୁରି ସୁରକ୍ଷିତ ରହିପାରିବ ।

ଏକ ରିପୋର୍ଟରୁ ପ୍ରକାଶ ଯେ ଗୁଗୁଲ ଏହାର Google Maps ସର୍ଭିସରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । Google Maps ରେ ଏହି ପରିବର୍ତ୍ତନ ୟୁଜର୍ସଙ୍କ ଲୋକେସନ୍ ଡାଟାକୁ ନେଇ କରାଯିବ । ଏହା ପରେ ୟୁଜର ନିଜ ଲୋକେସନ ଡାଟାକୁ ଅନ୍ ଡିଭାଇସ୍ ଅର୍ଥାତ ଲୋକାଲି ଷ୍ଟୋର୍ କରିପାରିବେ । ଗୁଗୁଲ ଖୁବ ଶୀଘ୍ର ଏଥିପାଇଁ ଅଟୋ ଡିଲିଟ୍ ଫିଚର ଆଣିବାକୁ ଯାଉଛି । ଏହା ପରେ ୟୁଜରର ଲୋକେସନ୍ ଡାଟା କ୍ଲାଉଡ୍ ସର୍ଭରରେ ଷ୍ଟୋର ହେବ ନାହିଁ । ଏହା ବ୍ୟତୀତ ଲୋକେସନ ହିଷ୍ଟ୍ରିର ନାଁ ପରିବର୍ତ୍ତନ କରି ଟାଇମଲାଇନ୍ କରିଦିଆଯାଇଛି । ୟୁଜର ଡାଟାର ପ୍ରାଇଭେସୀକୁ ଅପଗ୍ରେଡ୍ କରିବା ପାଇଁ ଗୁଗୁଲ ଏଭଳି ନିଷ୍ପତ୍ତି ନେଇଛି । ତେଣୁ ଯେଉଁ ୟୁଜର ନିଜର ଲୋକେସନ ହିଷ୍ଟ୍ରିକୁ ଷ୍ଟୋର କରିବାକୁ ଚାହୁଁଛନ୍ତି ସେମାନେ ୨୦୨୪ ଡିସେମ୍ବର ୧ ସୁଦ୍ଧା ଏହାକୁ ଡାଉନଲୋଡ୍ କରିପାରିବେ । ଗୁଗୁଲ ମ୍ୟାପ୍ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କ ସବୁବେଳେ ନିଜ ସ୍ମାର୍ଟଫୋନରେ ଲୋକେସନକୁ ଅନ୍ ରଖିବାକୁ ପଡ଼ିଥାଏ । କହିରଖୁଛୁ ଗୁଗୁଲ ମ୍ୟାପ୍ସରେ ଟାଇମଲାଇନ୍ ଫିଚରକୁ କେବଳ ଆପରେ ଯୋଡ଼ାଯାଇଛି ଅର୍ଥାତ କେବଳ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀ ଏହି ଫିଚର ବ୍ୟବହାର କରିପାରିବେ । ଅପରପକ୍ଷରେ ୱେବ୍ ୟୁଜର୍ସଙ୍କ ପାଇଁ ଗୁଗୁଲ ମ୍ୟାପ୍ସର ଟାଇମଲାଇନ୍ ଫିଚରର ସୁବିଧା ଉପଲବ୍ଧ ହେବ ନାହିଁ ।

Get real time updates directly on you device, subscribe now.