ଗୁଗଲ ଏହାର I/O ୨୦୨୨ ଇଭେଣ୍ଟରେ ପିକ୍ସେଲ ୬ ଏ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହା ସହ କମ୍ପାନୀ ପିକ୍ସେଲ ୭ ସିରିଜ୍ ନେଇ ମଧ୍ୟ ଟିଜ୍ କରିଛି । ଅପକମିଙ୍ଗ ସ୍ମାର୍ଟଫୋନ୍ ସହ ବ୍ରାଣ୍ଡ ଟାବଲେଟ୍, ୱାଚ୍ ଏବଂ ଇଅରବଡସ୍ ମଧ୍ୟ ଲଞ୍ଚ କରିଛି । ଏହି ପ୍ରୋଡକ୍ଟ ଜରିଆରେ କମ୍ପାନୀ ଆପଲ୍ ଏବଂ ସାମସଙ୍ଗକୁ ଟକ୍କର ଦେବ ।
ତେବେ ଅଧିକାଂଶ ପ୍ରୋଡକ୍ଟ ଚଳିତ ବର୍ଷ ଶେଷରେ କିମ୍ବା ଆସନ୍ତା ବର୍ଷ ଲଞ୍ଚ ହେବ । ସ୍ମାର୍ଟଫୋନ କଥା କହିଲେ କମ୍ପାନୀ କେବଳ ଦୁଇଟି ସ୍ମାର୍ଟଫୋନ ପିକ୍କେ୍ଲ ୭ ଏବଂ ପିକ୍ସେଲ ୭ ପ୍ରୋକୁ କନଫର୍ମ କରିଛି । ଏହା ଦୁଇଟି ସ୍ମାର୍ଟଫୋନର ଡିଜାଇନ ମଧ୍ୟ ଟିଜ୍ କରିଛି । ଉଭୟ ସ୍ମାର୍ଟଫୋନ ଚଳିତ ବର୍ଷ ଲଞ୍ଚ ହେବ । ତେବେ ଆସନ୍ତୁ ଜାଣିବା ସ୍ମାର୍ଟଫୋନର ଫିଚର ।
ପିକ୍ସେଲ ୭ ଏବଂ ପିକ୍ସେଲ ୭ ପ୍ରୋ ର ଫିଚର୍ସ:
ଗୁଗଲ ପିକ୍ସେଲ ୭ ସିରିଜ୍ ଡିଜାଇନ ମାମଲାରେ ପିକ୍ସଲ ୬ ଠାରୁ ଟିକେ ଅଲଗା ହେବ । ହ୍ୟାଣ୍ଡସେଟ୍ର କ୍ୟାମେରା ବାର୍ ଏବେ ଆଲୁମିନିୟମ ଫିନିସିଙ୍ଗ ସହ ରହିଛି । ପିକ୍ସେଲ ୭ ରେ ଡୁଆଲ କ୍ୟାମେରା ସେଟଅପ୍ ମିଳିବ ଏବଂ ପିକ୍ସେଲ ୭ ପ୍ରୋରେ ଟ୍ରିପଲ କ୍ୟାମେରା ସେଟଅପ୍ ମିଳିବ । କମ୍ପାନୀର କହିବା ଅନୂଯାୟୀ ଉଭୟ ଫୋନରେ ନେକ୍ସଟ ଜେନେରେସନ Tensor ପ୍ରୋସେସର ମିଳିବ ।
ଦୁଇଟି ଯାକ ସ୍ମାର୍ଟଫୋନ ଆଣ୍ଡ୍ରଏଡ୍ ୧୩ ସହ ଲଞ୍ଚ ହେବେ । ଅବଶ୍ୟ, କମ୍ପାନୀ ଏହାର ଅଧିକ ସ୍ପେସିଫିକେଶନ ଶେୟାର କରିନାହିଁ । ରିପୋର୍ଟ ଅନୂଯାୟୀ ପିକ୍ସେଲ ୭ ରେ ୬.୩ ଇଞ୍ଚର ଡିସପ୍ଲେ ଦିଆଯାଇପାରେ, ଯେତେବେଳେକି ୭ ପ୍ରୋରେ ୬.୭ ଇଞ୍ଚ ଆମୋଲୋଡ୍ ଡିସପ୍ଲେ ମିଳିବ । ପିକ୍ସେଲ ୭ ରେ ୯୬ ହର୍ଟଜର ରିଫ୍ରେଶ ରେଟ ଏବଂ ୭ ପ୍ରୋରେ ୧୨୦ ହର୍ଟଜର ରିଫ୍ରେଶ ରେଟ ମିଳିବ ।
ସେହିପରି କ୍ୟାମେରାରେ ପିକ୍ସେଲ ୭ ରେ ୫୦ ମେଗାପିକ୍ସଲର ମେନ୍ କ୍ୟାମେରା ଏବଂ ୧୨ ମେଗାପିକ୍ସଲର ଅଲ୍ଟ୍ରା ୱାଇଡ୍ ଆଙ୍ଗେଲ କ୍ୟାମେରା ମିଳିପାରେ । ସେହପରି ପ୍ରୋ ମଡେଲରେ କମ୍ପାନୀ ୪୮ ମେଗାପିକ୍ସଲର ଟେଲିଫୋଟୋ କ୍ୟାମେରା ଦିଆଯାଇପାରେ ଯାହା 2x ଅପ୍ଟିକାଲ ଜୁମ୍ ସହ ମିଳପାରେ ।
ଗୁଗଲ ପିକ୍ସେଲ ୱାଚ୍:
I/O ରେ କମ୍ପାନୀ ପିକ୍ସେଲ ୱାଚ୍ ମଧ୍ୟ ଟିଜ୍ କରିଛି । ଏହା କମ୍ପାନୀର ପ୍ରଥମ ୱାଚ୍ ହେବ, ଯାହା ପିକ୍ସେଲ ବ୍ରାଣ୍ଡିଂ ସହ ଆସିବ । ରାଉଣ୍ଡ ଡାଏଲ ଥିବା ଏହି ୱାଚ ଚଳିତ ବର୍ଷ ଶେଷ ସୁଦ୍ଧା ଲଞ୍ଚ ହେବ । ଡିଭାଇସ Wear OS ରେ ପରିଚାଳିତ । ଏହାଦ୍ୱାରା ଗୁଗଲ ଆସିଷ୍ଟାଣ୍ଟ, ଗୁଗଲ ମ୍ୟାପ୍ ଏବଂ ଗୁଗଲ ୱାଲେଟ ଭଳି ଫିଚର୍ସ ମିଳିବ । ୱାଚରେ ଏନଏଫସି ମଧ୍ୟ ମିଳିବ ।
ପିକ୍ସେଲ ଟାବଲେଟ ମଧ୍ୟ ହେବ ଲଞ୍ଚ:
ଗୁଗଲ ଏକ ପିକ୍ସେଲ ଟାବଲେଟ ମଧ୍ୟ ଟିଜ୍ କରିଛି । ଏହାକୁ କମ୍ପାନୀ ୨୦୨୩ ରେ ଲଞ୍ଚ କରିବ । କମ୍ପାନୀ ଏହାକୁ ଆଣ୍ଡ୍ରଏଡ୍ ୧୩ ସହ ଲଞ୍ଚ କରିବ । ଏଥିରେ ବଡ଼ ସ୍କ୍ରିନ ସହ Tensor ଚିପସେଟ ମିଳିବ । ଏଥିରେ ଗୋଟିଏ ରିୟର ଏବଂ ଗୋଟିଏ ଫ୍ରଣ୍ଟ କ୍ୟାମେରା ସେନ୍ସର ରହିଛି ।
ପିକ୍ସେଲ ବଡ୍ସ ପ୍ରୋ:
ଗୁଗଲ ପିକ୍ସେଲ ବଡ୍ସ ପ୍ରୋ ଲଞ୍ଚ କରିଛି, ଯାହା ଚାରି କଲର ଏବଂ ଆକ୍ଟିଭ ନଏଜ୍ କ୍ୟାନ୍ସଲେସନ ସହ ରହିଛି । ଏଥିରେ ଏକ କଷ୍ଟମ ଅଡିଓ ଚିପ୍ ଦିଆଯାଇଛି । କମ୍ପାନୀ ଅନୂଯାୟୀ ଡିଭାଇସ ୭ ଘଣ୍ଟା ର ବ୍ୟାଟେରୀ ଲାଇଫ ମିଳିବ । ସେହିଭଳି ଏଏନସି ବନ୍ଦ ହେବା ପରେ ହେବା ୧୧ ଘଣ୍ଟା ପର୍ଯ୍ୟନ୍ତ କାମ କରିବ ।