ଧୋକା ଦେଲା Google Maps! ସର୍ଟକଟ୍ ଖୋଜୁଥିବା ବେଳେ ଦେଖାଇଲା ଭୁଲ ରାସ୍ତା, ଜଙ୍ଗଲରେ ରାତି ବିତାଇଲେ ପରିବାର

ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ଗୁଗଲ ମ୍ୟାପ ପାଇଁ ଜଣଙ୍କର ଜୀବନ ଯାଇଥିବା ବେଳେ ବର୍ତ୍ତମାନ ଅନ୍ୟ ଏକ ପରିବାରକୁ ଜଙ୍ଗଲରେ ଫସାଇ ଦେଇଥିବା ଖବର ସାମ୍ନାକୁ ଆସିଛି । ସର୍ଟକଟ୍ ରାସ୍ତା ବାଛିବା ପାଇଁ ପରିବାର ଲୋକେ ଗୁଗଲ ମ୍ୟାପର ସାହାରା ନେଇଥିବା ବେଳେ ଧୋକା ଦେଇଦେଲା ଟେକ୍ନୋଲୋଜି । ଫଳରେ ଜଙ୍ଗଲ ଭିତରେ ରାତି ବିତାଇଲେ ପରିବାର । କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏଭିଳି ଘଟଣା । ବିହାରର ଏକ ପରିବାର ଗୋଆ ଯାଉଥିବା ବେଳେ ଗୁଗୁଲ ମ୍ୟାପର ସାହାରା ନେଇଥିଲେ । ତେବେ ନାଭିଗେସନ ଅନୁସାରେ, ସେମାନେ ଆଗକୁ ବଢୁଥିବା ବେଳେ ଜଙ୍ଗଲ ମଧ୍ୟକୁ  ଚାଲିଯାଇଥିଲେ ପରିବାର । ଏହାପରେ ନେଟଓ୍ବର୍କ କଟିଯିବା କାରଣରୁ ସେମାନେ ଆଉ ଆଗକୁ ବଢିପାରି ନଥିଲେ ।

ପୁରା ପରିବାର ସତ ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ସେମାନେ ବାହାରି ପାରି ନଥିଲେ । କର୍ଣ୍ଣାଟକର ବେଲଗାଭି ଜିଲ୍ଲାର ଖାନପୁର ଅଞ୍ଚଳର ଜଙ୍ଗଲରେ ପୁରା ପରିବାର ରାତି ବିତାଇଥିଲେ । ତେବେ ସକାଳ ହେବା ମାତ୍ରେ ସେମାନେ ଚାଲିଚାଲି କିଛି ଦୂର ଯାଇଥିଲେ । ଏହାପରେ ମୋବାଇଲରେ ନେଟଓ୍ବର୍କ ଆସିଥିବା ବେଳେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ସେମାନଙ୍କୁ ଉଦ୍ଧାର କରିଛି । ପ୍ରକାଶଥାଉକି, ନିକଟରେ ଉତ୍ତରପ୍ରଦେଶରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । କୁହୁଡି କାରଣରୁ ଗୁଗଲ ମ୍ୟାପ ଲଗାଇ ପିଲିଭୀତ ଆଡକୁ ଯାଉଥିବା ଯୁବକଙ୍କ କାର ସର୍ଟକଟ ଚକ୍କରରେ କେନାଲରେ । ଫଳରେ କାରରେ ରହିଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।