Google Payରେ ବିଲ୍ ପେମେଣ୍ଟ କଲେ ଦେବାକୁ ହେବ ଅଧିକ ଟଙ୍କା, ଜାଣନ୍ତୁ ବର୍ତ୍ତିବାର ତରିକା
Google Payରେ ବିଲ୍ ପେମେଣ୍ଟ କରୁଛନ୍ତି କି? ଏଣିକି ଦେବାକୁ ହେବ Convenience Fees ।
ନୂଆଦିଲ୍ଲୀ: ଗୁଗୁଲ୍ ପେ ଏବେ ବିଲ୍ ପେମେଣ୍ଟ ଉପରେ କନଭିନେନ୍ସ ଫି ଆଦାୟ କରିବା ଆରମ୍ଭ କରିଛି । ଯଦି Google Pay ବ୍ୟବହାର କରି ବିଦ୍ୟୁତ୍ ଏବଂ ଗ୍ୟାସ୍ ବିଲ୍ ପେମେଣ୍ଟ କରନ୍ତି, ତେବେ 0.5% ରୁ 1% ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ।
ଏକ ରିପୋର୍ଟ ଅନୁଯାୟୀ, ଗୁଗୁଲ୍ ପେ ବିଲ୍ ପେମେଣ୍ଟ ଉପରେ ୦.୫% ରୁ ୧% କନଭିନେନ୍ସ ଫି ଆଦାୟ କରିବା ଆରମ୍ଭ କରିଛି । କିନ୍ତୁ କମ୍ପାନୀ ଏପର୍ଯ୍ୟନ୍ତ ଏହାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହିଁ । ଯଦି ଏହା ହୁଏ, ତେବେ Google Pay ମାଧ୍ୟମରେ ବିଦ୍ୟୁତ୍ କିମ୍ବା ଗ୍ୟାସ୍ ବିଲ୍ ପୈଠ କରିବା ପାଇଁ ଅତିରିକ୍ତ ଟଙ୍କା ଦେବାକୁ ପଡିବ ।
ଏହି ପେମେଣ୍ଟରେ ଲାଗିବ ଅଧିକ ଚାର୍ଜ- ଯଦି କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ପେମେଣ୍ଟ ମାଧ୍ୟମରେ ବିଦ୍ୟୁତ୍ କିମ୍ବା ଗ୍ୟାସ୍ ବିଲ୍ ପୈଠ କରନ୍ତି, ତେବେ ଆପଣଙ୍କୁ ୦.୫% ରୁ ୧% ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡିବ ଯେଉଁଥିରେ GST ମଧ୍ୟ ଅନ୍ତର୍ଭୁକ୍ତ ହେବ ।
ଯଦି UPI ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ପେମେଣ୍ଟ କରନ୍ତି, ତେବେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ଏହାର ଅର୍ଥ ହେଉଛି UPI ବ୍ୟାଙ୍କ କାରବାର ଏବେ ବି ମାଗଣା ରହିବ ।
ଏହି ଚାର୍ଜ RuPay କାର୍ଡ ମାଧ୍ୟମରେ କରାଯାଇଥିବା ବିଲ୍ ପେମେଣ୍ଟ ଉପରେ ମଧ୍ୟ ଲାଗୁ ହେବ ।