fbpx

ଗୋପରେ ଚୋର ଗ୍ୟାଙ୍ଗ ସକ୍ରିୟ: ଦୋକାନ ଓ ଗୋଦାମ ଘରେ ସିରିଜ ଲୁଟ୍, ସିସିଟିଭି ଫୁଟେଜ ଥାଇ ବି ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ

ଗୋପ (ଭାସ୍କର ନ୍ୟୁଜ୍‌): ଗୋପ ଥାନା ଅଞ୍ଚଳରେ ଏବେ ଦିନକୁ ଦିନ ଚୋରି ଡ଼କାୟତି ବଢ଼ି ଚାଲିଥିବା ବେଳେ ୨ ସପ୍ତାହ ମଧ୍ୟରେ ୧୨ ଗୋଟି ଚୋରି ହୋଇଥିବା ଅଭିଯୋଗ ହୋଇଥିବା ବେଳେ ପୁଣି ଗତ ରାତିରେ ନାଗପୁର ବଜାରରେ ଏକ ସିମେଣ୍ଟ ଗୋଦାମରୁ ଦୁଇଥର ଚୋରି ହୋଇଥିବା ଜଣାପଡିଛି । ଏପରି ଅଭିଯୋଗକୁ ନେଇ ଗୁରୁବାର ଗୋପ ପୋଲିସ ସହ ଏକ ସାଇଟିକ୍‌ ଟିମ୍‌ ଆସି ତଦନ୍ତ କରି ଫେରିଛନ୍ତି ।

ପ୍ରକାଶ ଯେ ଗତ ୨୩ ତାରିଖ ଦିନ ନାଗପୁର ବଜାରର ଶେଷ ଭାଗରେ ଥିବା କଳିଙ୍ଗ ଜେନେରାଲ ସିମେଣ୍ଟ ଷ୍ଟାରରୁ ଦୁବୃର୍ତ୍ତ ମାନେ ତାଲା ଭାଙ୍ଗି ପଶିବା ପରେ ପ୍ରାୟ ୧୫ ହଜାରରୁ ଅଧିକ ଟଙ୍କା ସହିତ ଆଉ କେତେକ କାଗଜପତ୍ର ସହ ଜିନିଷ ଚୋରି କରିଥିଲେ । ପୁର୍ନବାର ବୁଧବାର ବିଳମ୍ବିତ ରାତ୍ରରେ ପୁଣି ଦୁବୃର୍ତ୍ତ ମାନେ ଗୋଦାମ ଭାଙ୍ଗି ୧୨ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଯାଇ ଥିବା ମଧ୍ୟ ଗୋପ ଥାନାରେ ଅଭିଯୋଗ ହୋଇଛି । ଗୋପ ପୋଲିସ କେବଳ ଲୋକେ ଦେଖାଣିଆ ଭାବେ ତଦନ୍ତ କରୁଥିବା ବେଳେ ଚୋରି ଅଭିଯୋଗରେ କାହାରିକୁ ଗିରଫ କରି ନାହିଁ ।

ଏଠାରେ ସୂଚନାଯୋଗ୍ୟ ଯେ, ଗୋପ ଥାନା ଅଞ୍ଚଳରେ ମଦରଙ୍ଗ ବଜାରରୁ ଗତ ୨୭ ତାରିଖରେ ଦୁବୃର୍ତ୍ତ ମାନେ ତାଲା ଭାଙ୍ଗି ୪ ଗୋଟି ଦୋକାନରୁ ଚୋରି କରିଥିବା ବେଳେ ପୁଣି ୨୯ ତାରିଖରେ ଏହି ଥାନା ଅଧିନ ଓଗାଳପୁର ବଜାରରୁ ମଧ୍ୟ ୩ ଗୋଟି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା ।ଆଉ ମଧ୍ୟ ନାଗପୁର ହାଟ ୪ ଗୋଟି ମୋଟର ସାଇକେଲ ଚୋରି ହେବା ଅଭିଯୋଗ ହେବା ସହିତ ପୋଲିସ ନିକଟରେ ସିସିଟିଭି ଫୁଟେଜ ଥାଇ ମଧ୍ୟ ପୋଲିସ କାହାରିକୁ ଗିରଫ କରି ନାହିଁ । କେବଳ ଗୋପ ପୋଲିସର ରାତ୍ରି ପେଟ୍ରୋଲିଙ୍ଗ୍‌ର ଅଭାବ ଯୋଗୁଁ ଏପରି ଚୋରି ବଢୁଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ସଂପର୍କରେ ଗୋପ ଥାନା ଦାୟିତ୍ୱରେ ଥିବା ଏସ୍‌ ଆଇ ବଂଶିଧର ବିଶ୍ୱାଳଙ୍କୁ ପଚାରିବାରେ ତଦନ୍ତ ଚାଲିଛି ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ କହିଛନ୍ତି ।

Get real time updates directly on you device, subscribe now.