“ପ୍ରକୃତ ଦୋଷୀ ନୁହେଁ ଗୋପାଳ, ତାକୁ ବେଲରେ ଛାଡ଼ନ୍ତୁ” ; ତାରା ବାହିନୀପତି
ଦୀର୍ଘ ୨ ବର୍ଷ ପରେ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲାରେ ସରଗରମ ରାଜନୈତିକ ମାହୋଲ। CBI ତଦନ୍ତ ପାଇଁ ଦାବି।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲା। ଯାହାକି ଦୀର୍ଘ ୨ ବର୍ଷ ପରେ ପୁଣି ଥରେ ରାଜନୈତିକ ମାହୋଲକୁ ସରଗରମ କରିଛି। ବିଧାନସଭାରେ ହେଉ କିମ୍ୱା ଗୃହ ବାହାରେ ଶାସକ ଓ ବିରୋଧୀ ଏହି ପ୍ରସଙ୍ଗରେ ତର୍କ ବିତର୍କ କରୁଛନ୍ତି।
ଆଉ ଏହାରି ଭିତରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। କି ଗୋପାଳ ଦାସକୁ ସରକାର ବେଲ ଦେଇ ଦିଅନ୍ତୁ। ନବ ଦାସ ହତ୍ୟା ମାମଲାରେ ସରକାରଙ୍କୁ ତେର୍ଚ୍ଛା ନିଶାନା କରିଛନ୍ତି ତାରା।
ତାରାଙ୍କ କହିବା କଥା “ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରୁ ଲାଗୁଛି ଗୋପାଳ ପ୍ରକୃତ ଦୋଷୀ ନୁହେଁ”। ଯାହାକୁ ନବ ଦାସ ହତ୍ୟା ପାଇଁ ପ୍ରକୃତ ଦୋଷୀ ଭାବରେ ଗିରଫ କରି ରଖାଯାଇଛି। :ହେଲେ ସରକାର ଯେଉଁଭଳି ମନ୍ତବ୍ୟ ଦେଉଛନ୍ତି ଲାଗୁନି କି ଗୋପାଳ ପ୍ରକୃତ ଦୋଷୀ”।
“ତେଣୁ ଭଲ ହେବ ଗୋପାଳକୁ ବେଲରେ ଛାଡନ୍ତୁ ସରକାର। ଆଉ ଏହି ହତ୍ୟା କାଣ୍ଡ ପଛରେ କିଏ ତାକୁ ଧରନ୍ତୁ”। ନବଙ୍କ ପରିବାରର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ନାହିଁ। ତେଣୁ CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ସରକାର।
ସେପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଏହି ହତ୍ୟାକାଣ୍ଡ ଘଟଣାରେ ପୁଣି ମୁହଁ ଖୋଲିଛନ୍ତି। ଆଉ କହିଛନ୍ତି ମୁଁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଯାଇ ଦେଖାକରିବି। ଆଉ CBI ତଦନ୍ତ ପାଇଁ ଚାପ ପ୍ରୟୋଗ କରିବି।
ଯେଉଁମାନେ ଷଡଯନ୍ତ୍ରକାରୀ, ସେମାନେ ନିଷ୍ଚୟ ଦଣ୍ଡ ପାଇବେ। ହତ୍ୟାର ଦୁଇବର୍ଷ ପରେ ପରିବାର ସଦସ୍ୟଙ୍କ ଜ୍ଞାନ ଉଦୟ ହେଲା କେମିତି। ଖଣି ପାଇଁ ହେଉ କି କୋଇଲା ପାଇଁ ହତ୍ୟା। ହତ୍ୟା ସବୁବେଳେ ହତ୍ୟା। ମୁଖ୍ୟମନ୍ତ୍ରୀଙ୍କୁ ଆଜି ଭେଟି CBI ତଦନ୍ତ ଦାବି କରିବି।