ଗୋପାଳପୁର ଗଣଦୁଷ୍କର୍ମ: ନିଜଆଡ଼ୁ ମାମଲା ରୁଜୁ କଲା ଜାତୀୟ ମହିଳା କମିଶନ

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାକୁ ଗୁରୁତର ସହ ନେଲା ଜାତୀୟ ମହିଳା କମିଶନ । ନିଜଆଡ଼ୁ ମାମଲା ରୁଜୁ କଲା ମହିଳା କମିଶନ ।

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ଘଟଣାକୁ ଗୁରୁତର ସହ ନେଲା ଜାତୀୟ ମହିଳା କମିଶନ । ନିଜଆଡ଼ୁ ମାମଲା ରୁଜୁ କଲା ମହିଳା କମିଶନ । ଏହାସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ଦେଲେ ନିର୍ଦ୍ଦେଶ । ପୀଡିତାଙ୍କୁ ଡାକ୍ତରୀ ସହାୟତା ଯୋଗାଇଦେବା ସହ ଅନୁକମ୍ପାମୂଳକ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଲେ ଜାତୀୟ ମହିଳା କମିଶନ ।

ଏପଟେ ବାକି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ NCWର ଦାବି । ଯୁବତୀଙ୍କୁ ନିର୍ଦ୍ଧାରିତ ସମୟରେ ନ୍ୟାୟ ଦେବା ସହ 3 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ NCWର ନିର୍ଦ୍ଦେଶ ।

ପ୍ରକାଶଥାଉକି, ଗଂଜାମର ଗୋପାଳପୁରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ପ୍ରେମୀ ଯୁଗଳ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା। ହିଞ୍ଜିଳିକାଟୁ ଅଞ୍ଚଳର 10 ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 7 ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି ଗୋପାଳପୁର ପୋଲିସ୍ । ଜୁନ 15 ତାରିଖ ସନ୍ଧ୍ୟା ସମୟରେ ଗଣଦୁଷ୍କର୍ମ ହୋଇଥିବା ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏନେଇ ସୂଚନା ଦେଇଛନ୍ତି।