ଭୁବନେଶ୍ବରରେ ଯାନବାହାନ ଭିଡ଼ ରୋକିବାକୁ ୧୩ ହଜାର କୋଟି, ମହିଳା ଯାତ୍ରୀଙ୍କୁ ନେଇ ଚାଲିବ ସ୍ବତନ୍ତ୍ର ବସ୍‌

ନୂଆ କରି ୩ ହଜାର କିମି ରାସ୍ତା ନିର୍ମାଣ କରାଯିବ । ସମୃଦ୍ଧି, ଅଭିବୃଦ୍ଧି, ରୋଜଗାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ।

 ଭୁବନେଶ୍ବର:  ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ।  ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି  ।

ସମୃଦ୍ଧି, ଅଭିବୃଦ୍ଧି, ରୋଜଗାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । କେନ୍ଦ୍ର ସରକାରଙ୍କ ଠାରୁ ସୁଧମୁକ୍ତ ୫୦ ହଜାର କୋଟି ଋଣ ମିଳିଥିବା କହିଛନ୍ତି ମୋହନ ମାଝୀ ।

ଭୁବନେଶ୍ବରରେ ଯାନବାହାନ ଭିଡ଼ ରୋକିବାକୁ ୧୩ ହଜାର କୋଟି ଖର୍ଚ୍ଚ ହେବ । ରାଜ୍ୟ ରାଜପଥକୁ ୪ ଲେନ୍‌ କରିବାକୁ ନିଷ୍ପତ୍ତି ହୋଇଛି  ।

ନୂଆ କରି ୩ ହଜାର କିମି ରାସ୍ତା ନିର୍ମାଣ କରାଯିବ  । ଏଥିପାଇଁ ୬ ହଜାର ୫୦୨ କୋଟି ଟଙ୍କା ବ୍ୟୟ କରାଯିବ  ।

NHAI ପରି ଓଡ଼ିଶା ରାଜ୍ୟ ପ୍ରାଧିକରଣ ସଡ଼କ ସଂସ୍ଥା ଗଠନ ହେବ  । ଗ୍ରାମୀଣ ପରିବହନ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା କାର୍ଯ୍ୟୟକାରୀ ହେବ ଏବଂ ଏଥିପାଇଁ ୧ ହଜାର ୮୫ କୋଟି ଖର୍ଚ୍ଚ ହେବ ।

ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୧୦୦୦୦ ଚାଳକଙ୍କୁ ତାଲିମ ଦେବେ । ମୁଖ୍ୟମନ୍ତ୍ରୀ ବସ୍‌ସେବା ଯୋଜନାରେ ସାଧାରଣ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ମହିଳା ଯାତ୍ରୀଙ୍କୁ ନେଇ ଚାଲିବ ସ୍ବତନ୍ତ୍ର ବସ୍‌।