fbpx

Video; ସରକାରୀ ବାବୁଙ୍କ ଦବଙ୍ଗଗିରି, ନିରୀହ ଲୋକଙ୍କ ଜାଗାକୁ ସରକାରୀ ଜାଗା ଦର୍ଶାଇବାକୁ ଉଦ୍ୟମ

Advertisement

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ସରକାରୀ ବାବୁଙ୍କ ଦବଙ୍ଗଗିରି, ନିରୀହ ଲୋକଙ୍କ ଉପରେ ଜୁଲମ କରୁଥିବା ଅଭିଯୋଗ ଆଣିଛନ୍ତି ସାଧାରଣ ଲୋକେ। କେନ୍ଦ୍ରାପଡ଼ା ପୌରପାଳିକା ଅନ୍ତର୍ଗତ ୩ନମ୍ବର ୱାର୍ଡ ତଳବାରଙ୍ଗ ଗାଁରେ ଦେଖିବା ପାଁଇ ମିଳିଛି ଏମିତି ଦୃଶ୍ୟ। ସରକାରୀ ବାବୁଙ୍କ ଦବଙ୍ଗଗିରି ଓ ନିରୀହ ଲୋକଙ୍କ ଜାଗାକୁ ସରକାରୀ ଜାଗା ଦର୍ଶାଇବାକୁ ଉଦ୍ୟମ ପୁରା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରୁଛି।

ସୂଚାନନୁସାରେ ତଳବାରଙ୍ଗ ଗ୍ରାମର ଉମାକାନ୍ତ ପତିଙ୍କ ନିଜ ପୈତୃକ ଜାଗାକୁ ବାରମ୍ବାର ମପା ଯାଇ ସରକାରୀ ଜାଗା ବୋଲି ଦର୍ଶାଇବାକୁ କିଏ କରୁଛି ଷଢଯନ୍ତ୍ର। ଆଉ ସରକାରୀ ବାବୁ କାହା କଥାରେ ବଳପୂର୍ବକ ଚେଷ୍ଟା ଚଳାଇଛନ୍ତି ତାହା ବୁଝା ପଡୁନାହିଁ। କେନ୍ଦ୍ରାପଡ଼ା ତହସିଲଦାର ଏବଂ କେନ୍ଦ୍ରାପଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ କେଉଁ ସ୍ୱାର୍ଥରେ ଏଭଳି କରୁଛନ୍ତି ଆଉ ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ଉମାକାନ୍ତ ପତି ଓ ତାଙ୍କ ପରିବାର ଲୋକେ।

ପୂର୍ବରୁ ଅନେକ ଥର ଏହି ଜାଗାକୁ ସରକାରୀ ବାବୁ ମାନେ ମାପି ଥିବା ବେଳେ ଆଜି ମଧ୍ୟ ପୁଣି ତାର ପୁନରାବୃତି ଘଟିଥିଲା ଏବଂ ମାପ ଚୁପ ମଧ୍ୟ ଆରମ୍ଭ ହୋଇଥିଲା। ଆଉ ଏହି ମାପ ଚୁପ କରିବା ପାଁଇ ରାଜସ୍ବ ନିରୀକ୍ଷକ ଓ ପୌରପାଳିକା କର୍ମଚାରୀ ଓ ସରକାରୀ ଅମିନ ପଂହଁଚି ମାପ ଚୁପ ଆରମ୍ଭ କରିବା ସମୟରେ ଉମାକାନ୍ତ ପତିଙ୍କ ପରିବାର ଲୋକେ ବାରଣ କରିଥିଲେ।

କାଗଜ ପତ୍ର ଦେଖାଇ ଦର୍ଶାଇ ଥିଲେ କି ସେମାନେ ଏହି ଜାଗା ଉପରେ ରହିତାଦେଶ ପାଁଇ ଆବେଦନ କରିଥିବା ସତ୍ୱେ କିପରି ମାପ ଚୁପ ହେବ। ନିର୍ଦ୍ଧିଷ୍ଟ ଦୁଇଟି ପ୍ଲଟ ମପାଯିବାକୁ ନୋଟିସ ଥିବା ବେଳେ ଅନ୍ୟ ପ୍ଲଟ କିପରି ମପା ଯାଇ ପାରିବ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ।  ଅଭିଯୋଗକାରୀଙ୍କ ଏପରି ପ୍ରଶ୍ନ ବାଣରେ ଘାଇଲା ହୋଇଥିଲେ ରାଜସ୍ବ ନିରୀକ୍ଷକ ଏବଂ ପୌରପାଳିକା କର୍ମଚାରୀ।

Get real time updates directly on you device, subscribe now.