ଆଜିଠାରୁ ୩୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ, ଦିବ୍ୟାଙ୍ଗଙ୍କୁ ମଧ୍ୟ ମିଳିବ ଏହି ସୁବିଧା

ମିଳିବ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା । ୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ହେବେ ଲାଭବାନ୍ । ୩ ତାରିଖରେ କ୍ୟାବିନେଟ୍ ନେଇଥିଲା ନିଷ୍ପତ୍ତି ।

ଓଡ଼ିଶା ଭାସ୍କର: ସାମିଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ପାଇଲା । ଯାହା ଆଜିଠାରୁ ଲାଗୁ ହେବାକୁ ଯାଉଛି ।

ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ବୃଦ୍ଧଙ୍କୁ ମିଳିବ ୩୫୦୦ ଟଙ୍କା ଭତ୍ତା ।

୮୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ୮୦% କିମ୍ବା ତା’ଠାରୁ ଅଧିକ ବିକଳାଙ୍ଗ ଥିବା ଦିବ୍ୟାଙ୍ଗ ଏହାଦ୍ୱାରା ଉପକୃତ ହେବେ ।

୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଲାଭବାନ ହେବେ ବୋଲି ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୩ ତାରିଖରେ ଏ ସଂକ୍ରାନ୍ତରେ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲେ ।