fbpx

ସରକାରୀ ଅଫିସରେ ସଫେଇ ଅଭିଯାନ, ମାସକରେ ହଟିଲା ୧୩ ଲକ୍ଷ ଫାଇଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସମସ୍ତ ସରକାରୀ ଅଫିସରୁ ପୁରୁଣା ଫାଇଲଗୁଡ଼ିକୁ ହଟାଇ ପ୍ରାୟ ୪୦ କୋଟି ଟଙ୍କା ଆୟ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଏକ ମାସ ଧରି ଚାଲୁଥିବା ସଫେଇ ଅଭିଯାନ ଅକ୍ଟୋବର ୩୧ରେ ଶେଷ ହୋଇଛି । ଏହି ଅଭିଯାନ ରେ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟରୁ ପ୍ରାୟ ଆଠ ଲକ୍ଷ ବର୍ଗ ଫୁଟର ସ୍ଥାନ ଖାଲି କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଅକ୍ଟୋବରରେ ଡିଆରପିଜି ନୋଡାଲ ବିଭାଗ ଅନୁଯାୟୀ କେନ୍ଦ୍ର ସରକାରଙ୍କ ସବୁ ମନ୍ତ୍ରଣାଳୟ ଏବଂ ବିଭାଗର ପୁରୁଣା ଫାଇଲକୁ ହଟାଯିବା ଅଭିଯାନ ଆରମ୍ଭ ହୋଇଥିଲା । ଏହି ଅଭିଯାନ ୨ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିଲା । ଅଭିଯାନରେ ୧୫,୨୩,୨୬୪ ଫାଇଲ ମଧ୍ୟରୁ ୧୩,୭୩,୨୦୪ରୁ ଅଧିକ ଫାଇଲ ହଟାଯାଇଛି । ସେହିଭଳି ୩,୨୮,୨୩୪ ଲୋକଙ୍କ ଅଭିଯୋଗ ମଧ୍ୟରୁ ୨,୯୧,୬୯୨ ଅଭିଯୋଗର ସମାଧାନ ୩୦ ଦିନ ମଧ୍ୟରେ କରାଯାଇଛି । ଏହି ଫାଇଲଗୁଡ଼ିକ ହଟାଯିବାପରେ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟାଳୟରୁ ପ୍ରାୟ ଆଠ ଲକ୍ଷ ବର୍ଗ ଫୁଟରୁ ଅଧିକ ସ୍ଥାନ ଖାଳିକରାଯାଇଛି ।

ସେ ଆହୁରି କହିଛନ୍ତି ଏହି ବିଶେଷ ଅଭିଯାନର ଉଦ୍ଦେଶ୍ୟ ହେଉଛି ସବୁ କାର୍ଯ୍ୟାଳୟରେ ଜନ ଅଭିଯୋଗ, ସଂସଦ ସଦସ୍ୟ, ରାଜ୍ୟ ସରକାରଙ୍କ ସନ୍ଦର୍ଭ, ଆନ୍ତଃମନ୍ତ୍ରୀସ୍ତରୀୟ ପରାମର୍ଶ ଏବଂ ସଂସଦୀୟ ଆଶ୍ୱାସନାର ଠିକ ସମୟରେ ଏବଂ ପ୍ରଭାବୀ ଢ଼ଙ୍ଗରେ ସମାଧାନ ସୁନିଶ୍ଚିତ କରିବା । ଭବିଷ୍ୟତରେ ସବୁ କାର୍ଯ୍ୟାଳୟକୁ ସ୍ୱଚ୍ଛ ଏବଂ ଅବ୍ୟବସ୍ଥା ମୁକ୍ତ କରିବା ପାଇଁ ଏଭଳି ଅଭ୍ୟାସ କରାଯିବା ନେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ।

Get real time updates directly on you device, subscribe now.