ଭଦ୍ରକ: ରାତି ପାହିଲେ ରଙ୍ଗର ପର୍ବ ହୋଲି । କିନ୍ତୁ ଭଦ୍ରକ ଜିଲ୍ଲାରେ ହୋଲି ପାଇଁ ଗୁରୁବାର ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ହୋଲିରେ ହେଡକ୍ୱାର୍ଟର ଛାଡ଼ିପାରିବେନି ସରକାରୀ ଅଧିକାରୀ । ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ଭଦ୍ରକ ଜିଲ୍ଲାପାଳ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।
ତେବେ ମାର୍ଚ୍ଚ ୧୪ରୁ ୧୬, ୩ଦିନ ଛୁଟି ପଡୁଥିବାରୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ଏବଂ ବିଡିଓଙ୍କୁ ଜିଲାପାଳ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏପରିକି ଆଇନଶୃଙ୍ଖଳା ସହ ଜଡ଼ିତ ଅଫିସରଙ୍କୁ ମଧ୍ୟ ହେଡ୍କ୍ୱାଟର ଛାଡ଼ିବାକୁ ମନା କରାଯାଇଛି। ଭଦ୍ରକ ସହରରେ ହୋଲି ପାଇଁ କୌଣସି ସାମ୍ପ୍ରତିକ ପରିସ୍ଥିତି ସୃଷ୍ଟି ନ ହେଉ, ଶାନ୍ତି ସଦ୍ଭାବନା ସହ ଆଇନ ଶୃଙ୍ଖଳାକୁ ଦୃଷ୍ଟି ରଖି ଜିଲାପାଳ ଏହି ନିର୍ଦ୍ଦେଶମାନା ଜାରି କରିଛନ୍ତି।