fbpx

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡ଼ିଲେ କନିଷ୍ଠ କିରାଣୀ, ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ

ରାଉରକେଲା: ରାଜ୍ୟରେ କିଛିଦିନ ହେବ ଭିଜିଲାନ୍ସ ଅଧିକାରୀ କଡ଼ା ତଦନ୍ତ ଜାରି ରଖିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ସରକାରୀ କର୍ମଚାରୀ ଦୁର୍ନୀତିଗ୍ରସ୍ତ ହେଉଛନ୍ତି । ବର୍ତ୍ତମାନ ପ୍ରତିଦିନ ପରିସ୍ଥିତି ଭଳି କିଏ ନା କିଏ ଭିଜିଲାନ୍ସ ଜାଲରେ ପଡ଼ୁଥିବା ଘଟଣା ସାମ୍ନାକୁ ଆସୁଛି । ଏପରି ପରିସ୍ଥିତିରେ ଆଜି ପୁଣିଥରେ ରାଉରକେଲାରେ ଜଣେ କନିଷ୍ଠ କିରାଣି ଧରା ପଡ଼ିଛନ୍ତି ।

ସୂଚନା ଅନୁସାରେ, ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି ନନ୍ଦୀ କିଶୋର ନାଥ ଧରାପଡ଼ିଛନ୍ତି । ସେ ରାଉରକେଲା ଆରଡବ୍ଲୁ ଡ଼ିଭିଜନର କନିଷ୍ଠ କିରାଣୀ ଅଟନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ପକାଇଛି । ଏପର୍ଯ୍ୟନ୍ତ କେତେ ସଂପତ୍ତି ଠୁଳ କରିଛନ୍ତି ତାହା ଜଣାପଡ଼ି ନଥିବା ବେଳେ ସଂପୂର୍ଣ୍ଣ ରେଡ଼ ପରେ ସମସ୍ତ ତଥ୍ୟ ଏକାଠି କରାଯିବ ବୋଲି ସୂଚନା ମିଳିଛି ।

ଘଟଣାସ୍ଥଳରେ କନିଷ୍ଠ କିରାଣୀଙ୍କ ଅଫିସ ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । ତେବେ ଭୁବନେଶ୍ୱର, ବରଗଡ଼, ରାଉରକେଲା ଓ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ଭିଜିଲାନ୍ସ ଅଧିକାରୀଙ୍କୁ ରେଡ୍ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.