fbpx

ପକେଟ୍ ଖର୍ଚ୍ଚ ପାଇଁ ମାସକୁ ୧୫୦୦ ଟଙ୍କା ଦେବେ ସରକାର

ନୂଆଦିଲ୍ଲୀ: ଦେଶରେ ଚାକିରିକୁ ନେଇ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ସରକାରୀ ଠାରୁ ବେସରକାରୀ କ୍ଷେତ୍ର ପର୍ଯ୍ୟନ୍ତ, ଚାକିରିର ସୁଯୋଗ ବହୁତ କମ ହୋଇଯାଉଛି । ଏହି କାରଣରୁ ଦେଶରେ ବେକାରଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ନିଜ ରାଜ୍ୟର ବେକାରମାନଙ୍କୁ ପ୍ରତି ମାସରେ ବେକାରୀ ଭତ୍ତା ବା ପ୍ରଦାନ କରୁଛନ୍ତି । ମଧ୍ୟପ୍ରଦେଶ ସରକାର ଶିକ୍ଷିତ ବେକାରଙ୍କୁ ପ୍ରତିମାସରେ ଭତ୍ତା ପ୍ରଦାନ କରୁଛନ୍ତି, ଯାହା ଦ୍ୱାରା୍ ନୂଆ ସୁଯୋଗ ପାଇଁ ସେମାନଙ୍କ ଆତ୍ମା ଅକ୍ଷୁର୍ଣ୍ଣ ରହିଥାଏ । ମଧ୍ୟପ୍ରଦେଶର ଯେକୌଣସି ଶିକ୍ଷିତ ବେକାରି ସରକାରଙ୍କ ଏହି ଯୋଜନାର ଲାଭ ଉଠାଇ ପାରିବେ ।

କେତେ ମିଳିବ ଭତ୍ତା ?
ଏହି ଯୋଜନା ଅଧୀନରେ ଶିକ୍ଷିତ ବେରୋଜଗାରୀଙ୍କୁ ରାଜ୍ୟ ସରକାର ମାସକୁ ୧୫୦୦ ଟଙ୍କା ଭତ୍ତା ପ୍ରଦାନ କରୁଛନ୍ତି । ଯେକୌଣସି ବ୍ୟକ୍ତି ତିନି ବର୍ଷ ପାଇଁ ଏହି ବେକାରୀ ଭତ୍ତାର ଲାଭ ଉଠାଇପାରିବେ । ତଥାପି, ଏହି ଯୋଜନାର ଲାଭ ଉଠାଇବାକୁ ଆବେଦନ କରିବା ସମୟରେ ଆପଣଙ୍କୁ ଗୋଟିଏ କଥା ପ୍ରତି ଧ୍ୟାନ ଦେବାକୁ ପଡିବ । ଯଦି ଆପଣ ଏହି ଯୋଜନା ପାଇଁ ଅନଲାଇନରେ ପଞ୍ଜୀକୃତ ହୁଅନ୍ତି, ତେବେ ଆପଣ କେବଳ ଏକ ମାସ ପାଇଁ ବେରୋଜଗାରି ଭତ୍ତାର ଲାଭ ଉଠାଇପାରିବେ ।

ଯଦି ଆପଣ ଏହି ଯୋଜନାର ଲାଭ ତିନି ବର୍ଷ ପାଇଁ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏମ୍ପ୍ଲୟମେଣ୍ଟ୍ ଏକ୍ସଚେଞ୍ଜରେ ପଞ୍ଜିକରଣ କରିବାକୁ ପଡିବ । ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆଧାର କାର୍ଡ, ଆବାସିକ ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର, ପାନ୍ କାର୍ଡ, ଦ୍ୱାଦଶ ମାର୍କ ସିଟ୍ ଭଳି ଡକ୍ୟୁମେଣ୍ଟ୍ ଦରକାର । ଏହି ଯୋଜନାର ଲାଭ କେବଳ ମଧ୍ୟପ୍ରଦେଶର ମୂଳ ବାସିନ୍ଦାଙ୍କ ପାଇଁ ଉପଲବ୍ଧ । ୨୧ ବର୍ଷ ଏବଂ ୩୫ ବର୍ଷର ଯୁବକମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ ।

Get real time updates directly on you device, subscribe now.