CHARIDHAM

କର୍ମକ୍ଷେତ୍ରରେ ମହିଳାମାନଙ୍କ ପାଇଁ ଥିବା ଯୌନ ଉତ୍ପୀଡ଼ନ ଆଇନ ପାଳନ ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୪ା୭: ବାଲେଶ୍ୱର ଘଟଣା ପରେ ଓଡ଼ିଶା ସରକାର ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ ଆଇନ, ୨୦୧୩  (C) ଅନ୍ତର୍ଗତ ଆଭ୍ୟନ୍ତରୀଣ କମିଟି ଉପରେ ନିର୍ଦ୍ଦେଶାବଳୀ ତୁରନ୍ତ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବାଲେଶ୍ୱରସ୍ଥିତ ଫକୀ ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ (ଏଚ୍‌ଓଡି) ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଛାତ୍ରୀ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଏବେ ସେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।