ବଢ଼ିଲା ମନ୍ତ୍ରୀ-ଅଫିସର୍‌ଙ୍କ ମାସିକ ଗାଡ଼ି ଖର୍ଚ୍ଚ, 6 ବର୍ଷ ପରେ ଭଡ଼ା ସଂଶାଧନ

ମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଫିସରଙ୍କ ପାଇଁ ମାସିକ ଗାଡ଼ି ଖର୍ଚ୍ଚ 50,400 ।

ଭୁବନେଶ୍ବର: ବଢ଼ିଲା ମନ୍ତ୍ରୀ, ଅଫିସର୍‌ଙ୍କ ମାସିକ ଗାଡ଼ି ଖର୍ଚ୍ଚ । ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର ।

ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡ଼ି ଭଡ଼ାରେ ସଂଶୋଧନ କରାଯାଇଛି । ୫୦,୪୦୦ ଟଙ୍କା ହେଲା ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ ।

ସେହିପରି ଜିଲ୍ଲାପାଳ, ଏସ୍‌ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧି କରାଯାଇଛି । ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମନ୍ତ୍ରୀ, ଅଫିସର ଓ VVIP ବ୍ୟବହାର କରୁଥିବା ଘରୋଇ ଗାଡ଼ି ଭଡ଼ା ବୃଦ୍ଧି କରାଯାଇଛି । ପୂର୍ବରୁ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରାଯାଇଛି । ପ୍ରାୟ 6 ବର୍ଷ ପରେ ଭଡ଼ା ସଂଶାଧନ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ।