fbpx

ଅକ୍ଟୋବର ପହିଲାରୁ ଅନଲାଇନ୍ ଗେମିଂ ଉପରେ ୨୮% GST ଆଦାୟ କରିବେ ସରକାର: ସିବିଡିଟି ମୁଖ୍ୟ

ଓଡ଼ିଶା ଭାସ୍କର: ଏଣିକି ଅନଲାଇନ୍ ଗେମିଂ ଏବଂ ଘୋଡ଼ା ଚଢ଼ିବା ଉପରେ ୨୮ ପ୍ରତିଶତ GCT ଆଦାୟ କରିବେ ସରକାର। ଏନେଇ ସ୍ପଷ୍ଟ କରିଛନ୍ତି ସିବିଡିଟି ମୁଖ୍ୟ, ୫୧ତମ ଜିଏସଟି ପରିଷଦ ବୈଠକର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ସରକାର । FICCI ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିବିଡିଟି ଅଧ୍ୟକ୍ଷ ସଞ୍ଜୟ କୁମାର ଅଗ୍ରୱାଲ କହିଛନ୍ତି ଯେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଅକ୍ଟୋବର ପହିଲାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଜିଏସଟି କାଉନସିଲ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସମ୍ପୃକ୍ତ ବିଜ୍ଞପ୍ତି ଏବେ ପ୍ରକ୍ରିୟାଧିନ ରହିଛି।

୫୧ତମ ଜିଏସଟି ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ‘କେନ୍ଦ୍ରୀୟ ଜିଏସଟି (ସଂଶୋଧନ) ବିଲ୍, ୨୦୨୩, ଆଇଜିଏସଟି (ସଂଶୋଧନ) ବିଲ୍, ୨୦୨୩’ ମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୩ ଅଗଷ୍ଟ ୧୧ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରିଥିଲେ। ଏବେ ରାଜ୍ୟଗୁଡ଼ିକୁ ନିଜ ନିଜ ବିଧାନସଭାରେ ଜିଏସ୍ ଟି ବିଲ୍ ପାରିତ କରିବାକୁ ପଡ଼ିବ। ଏହା ପୂର୍ବରୁ ଏହି ରାଜ୍ୟଗୁଡ଼ିକ ଅଧ୍ୟାଦେଶ ଜରିଆରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିପାରିବେ। ମନିକଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକ ଅନଲାଇନ୍ ଗେମିଂ ପ୍ଲାଟଫର୍ମ ଉପରେ ୨୮% ଟିକସ ସମ୍ବନ୍ଧୀୟ ଡ୍ରାଫ୍ଟ ଅଧ୍ୟାଦେଶକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଗତ ଜିଏସଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ୨୮% ଜିଏସଟି ନିଷ୍ପତ୍ତି କାର୍ଯ୍ୟକାରୀ ହେବାର ୬ ମାସ ପରେ ଅନଲାଇନ ଗେମିଂ, କ୍ୟାସିନୋର ସମୀକ୍ଷା କରାଯିବ ।

Get real time updates directly on you device, subscribe now.